Advertisment

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌

ଭିଜିଲାନ୍ସ ଅଧିକାରୀମାନେ ଜିଆରଏସ୍‌ ଶ୍ରୀମତୀ ପାଣିଗ୍ରାହୀଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି।

GRS

GRS

Advertisment

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ।

Advertisment

ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏମ୍‌ଜିଏନ୍‌ଆରଇଜି ଯୋଜନାରେ ହୋଇଥିବା ଏକ କାମର ମଷ୍ଟର ରୋଲ ପ୍ରସ୍ତୁତ କରିବା ଓ ଉକ୍ତ ଜବ୍‌ କାର୍ଡଧାରୀଙ୍କ ସମେତ ଅନ୍ୟ ଜବ୍‌ କାର୍ଡଧାରୀ ଯେପରି ସେମାନଙ୍କ ପ୍ରାପ୍ୟ ପାଇ ପାରିବେ, ତାହା ନିଶ୍ଚିତ କରିବାକୁ ଜିଆରଏସ୍ ମାରଗ୍ରେଟ୍ ପାଣିଗ୍ରାହୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। 

ଭିଜିଲାନ୍ସ ଅଧିକାରୀମାନେ ଜିଆରଏସ୍‌ ଶ୍ରୀମତୀ ପାଣିଗ୍ରାହୀଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି। ଏହା ପରେ ତାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ଅନ୍ୟପକ୍ଷରେ ମାରଗ୍ରେଟ୍ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଲାଞ୍ଚ ନେଇ ନାହାନ୍ତି। ଅଭିଯୋଗକାରୀ ତାଙ୍କୁ ଜୋର କରି ଟଙ୍କା ଦେଇଥିଲେ। କେତେ ଟଙ୍କା ଥିଲା ତାହା ମଧ୍ୟ ସେ ଜାଣି ନାହାନ୍ତି। 

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe