Advertisment

ପୂର୍ବତନ ବିଧାୟକଙ୍କ ଭାଇଙ୍କ ସଂସ୍ଥାରେ ଜିଏସଟି ରେଡ୍

ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଚଢାଉ କରାଯାଇଛି।

ଅଦ୍ୟତନ ହୋଇଛି
Dhenkanal

Dhenkanal

Advertisment

ଢେଙ୍କାନାଳ ଜିଲ୍ଲା ପାତ୍ର ଏଜେନ୍ସିରେ ଜିଏସଟିର ତନାଘନା। ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳ ପକ୍ଷରୁ ଏହି ଚଢାଉ କରାଯାଇଛି। ପାତ୍ର ଏଜେନ୍ସିର ଦୁଇଟି ଚପଲ ଗୋଦାମ ଉପରେ ଚଢାଉ କରାଯାଇଛି।

Advertisment

ଢେଙ୍କାନାଳ ସହରର ବାଜିଚୌକ ଏବଂ ଜଗନନଗର ସ୍ଥିତ ଗୋଦାମରେ ଜିଏସଟି ଟିମରେ ୮ରୁ ୧୦ଜଣ ଏହି ଚଢାଉରେ ସାମିଲ ହୋଇଛନ୍ତି। ଜିଏସଟି ରିଟନ ସ୍କୃଟିନ ଓ ବିଜନେସ ଇଣ୍ଟେଲିଜେନ୍ସି ସୂତ୍ରରୁ କିଛି ଅଭିଯୋଗ ଆଧାରରେ ଏହି ଚଢାଉ କରାଯାଉଥିବା କହିଛନ୍ତି ଅନୁଗୁଳ ଜିଏସଟି ଡେପୁଟି କମିସନର ଶିବାଶିଷ ସୁର୍ଯ୍ୟକାନ୍ତ ସାହୁ।

ଅଭିଯୋଗ ଆଧାରରେ ତଦନ୍ତ ଏବଂ ଗୋଦାମର ଷ୍ଟକ ନିଆଯିବ। ସମ୍ପୂର୍ଣ୍ଣ ଇନଭେଷ୍ଟିଗେସନ ସରିବା ପରେ ଜିଏସଟି ଟିମ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ କରାଯିବ ଏବଂ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଷ୍ଟେଟ ଜିଏସଟି ଟିମର ଅନୁଗୁଳ ଡେପୁଟି କମିଶନର। ସୂଚନା ଅନୁସାରେ ପାତ୍ର ଏଜେନ୍ସିର ମାଲିକ ହେଉଛନ୍ତି ପୂର୍ବତନ ବିଧାୟକ ତଥା ବିଜେପି ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିଜ ଭାଇ।

Advertisment
GST Gst Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe