Advertisment

IPS ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା, ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ ଉଦ୍ଧାର

ମୃତ ମହିଳାଙ୍କ ସ୍ୱାମୀ 2011 ଗୁଜୁରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରା।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଜଣେ ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ସୂଚନା। ଗୁଜରାଟର ଅହମଦାବାଦ ସ୍ଥିତ ବାସଭବନରୁ ମିଳିଛି ଝୁଲନ୍ତା ମୃତଦେହ। ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ନେଇଛନ୍ତି ଏପରି ଚରମ ନିଷ୍ପତ୍ତି। ହେଲେ ଏପରି ଚରମ ନିଷ୍ପତ୍ତି ନେବାର ପ୍ରକୃତ କାରଣ କଣ ସ୍ପଷ୍ଟ ହୋଇନାହିଁ।

Advertisment

ସୂଚନା ଅନୁସାରେ, ମୃତ ମହିଳାଙ୍କ ସ୍ୱାମୀ 2011 ଗୁଜୁରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରା। ସେ ସୁରଟ ହାଜିରା ସାମୁଦ୍ରିକ ଟାସ୍କ ଫୋର୍ସ ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସୁସରା, ଥାଲତେଜ ସ୍ଥିତ ବାସଭବନରେ ପତ୍ନୀ ଶାଲୁବେନ(47)ଙ୍କ ସହ ଦୀର୍ଘଦିନ ହେବ ରହି ଆସୁଥିଲେ। ନିକଟରେ ଉଭୟ ଏକ ବିବାହ ଉତ୍ସବରେ ଯୋଗଦେବାକୁ ସୁରଟ ଯାଇଥିଲେ।

ସେଠାରେ ଭୋଜିରେ ଯୋଗଦେବା ପରେ ଗତକାଲି ଉଭୟ ନିଜ ବାସଭବନକୁ ଫେରିଥିଲେ। ଅଧୀକ୍ଷକ ସୁସରା ଶୋଇଥିବା ସମୟରେ ତାଙ୍କ ପତ୍ନୀ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳେ ଉଠିବା ପରେ ସୁସରା, ତଳ ମହଲାର ଅନ୍ୟ ଏକ କଠୋରୀରେ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏନେଇ ସେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଛି।

Advertisment

ସହକାରୀ ପୁଲିସ କମିଶନର ଏସ ଏମ ପଟେଲ କହିଛନ୍ତି, ସୁରଟରୁ ଫେରିବା ପରେ ହଠାତ୍ ଏପରି ନିଷ୍ପତ୍ତି ନେଇଛନ୍ତି ଶାଲୁବେନ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମଧ୍ୟ ମିଳି ନାହିଁ। ତେଣୁ ଆତ୍ମହତ୍ୟାର ପ୍ରକୃତ କାରଣ କଣ ଜଣାପଡିନାହିଁ। 

Suicide Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe