Advertisment

ପାଗଳାମୀ! ଚାକିରି ଛାଡ଼ିବା ପାଇଁ ନିଜ ଆଙ୍ଗୁଠି କାଟିଦେଲେ

ନିଜ ସମ୍ପର୍କୀୟଙ୍କ ଅଧୀନରେ କମ୍ପ୍ୟୁଟର ଅପରେଟର ଚାକିରି କରୁଥିଲେ। ଚାକିରି ଛାଡ଼ିବା ପାଇଁ କହିବାକୁ ସାହାସ ନଥିଲା। ଛୁରୀରେ ନିଜ ହାତର ଚାରୋଟି ଆଙ୍ଗୁଳି କାଟିଦେଲେ।

Representational Image

Representational Image

Advertisment

ଗୁଜରାଟର ସୁରଟ ସହରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଅଧୀନରେ କରୁଥିବା ଚାକିରି ଛାଡ଼ିବା ପାଇଁ ଛୁରୀରେ ନିଜ ହାତର ଚାରୋଟି ଆଙ୍ଗୁଳି କାଟି ଦେଇଛନ୍ତି। ପୀଡିତ ଜଣକ ମୟୂର ତାରାପାରା(32) ବୋଲି ଜଣାପଡିଛି। ରାସ୍ତା କଡ଼ରୁ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡିସେମ୍ବର 8ରେ ଉଦ୍ଧାର କରାଯାଇଥିଲା। ପୁଲିସର ତଦନ୍ତରୁ ଜଣାପଡିଛି ଯେ ମୟୂର କମ୍ପ୍ୟୁଟର ଅପରେଟର ଚାକିରିରୁ ଅଯୋଗ୍ୟ ହେବା ପାଇଁ ନିଜେ ନିଜ ବାମ ହାତର ଚରୋଟି ଆଙ୍ଗୁଳି କାଟିଦେଇଛନ୍ତି।

Advertisment

ସୁରଟ କ୍ରାଇମ ବ୍ରାଞ୍ଚ କହିବା ମୁତାବକ ମୟୂର ତାରାପାରା ନିଜର ଜଣେ ସମ୍ପର୍କୀୟଙ୍କ ହୀରା ଫାର୍ମରେ କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିଲେ। ସେ ଏହି ଚାକିରି ଛାଡ଼ିବାକୁ ଚାହୁଁଥିଲେ। ହେଲେ ଏଠାରେ ଆଉ କାମ କରିବାକୁ ଚାହୁଁନାହାନ୍ତି ବୋଲି ତାଙ୍କ ସମ୍ପର୍କୀୟଙ୍କୁ କହିବାକୁ ତାଙ୍କର ସାହସ ନଥିଲା। ଆଙ୍ଗୁଠି କାଟିଦେଲେ ସେ ଏହି ଚାକିରି ପାଇଁ ଅଯୋଗ୍ୟ ହୋଇଯିବେ ବୋଲି ଭାବି ସେ ଏଭଳି ପଦକ୍ଷେପ ନେଇଛନ୍ତି।

ଏହି ଘଟଣା ଜଣାପଡ଼ିବା ପୂର୍ବରୁ ପୋଲିସ ପଚରାଉଚରାବେଳେ ମୟୂର ଏକ ମିଛ ମନଗଢ଼ା କାହାଣୀ କହିଥିଲେ। ସେ କହିଥିଲେ ଯେ ଡିସେମ୍ବର 8ରେ ସେ ବାଇକରେ ନିଜ ବନ୍ଧୁଙ୍କ ଘରକୁ ଯାଉଥିଲେ। ରାସ୍ତାରେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ଆମ୍ରୋଲିର ବେଦାନ୍ତ ସର୍କଲ ନିକଟ ରିଙ୍ଗ ରୋଡରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଯେତେବେଳେ ଚେତା ଫେରିଲା, ତାଙ୍କ ବାମ ହାତର ଚାରିଟି ଆଙ୍ଗୁଠି କଟିଯାଇଥିବା ସେ ଦେଖିବାକୁ ପାଇଲେ। କଳା ଯାଦୁ ପାଇଁ କେହି ଏପରି କରିଛନ୍ତି ବୋଲି ଭାବିଥିବା ସେ କହିଥିଲେ।

Advertisment

ହେଲେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ମୟୂର ତାରାପାରା ନିଜେ ସେଦିନ ରାତିରେ ଆମ୍ରୋଲି ରିଙ୍ଗ ରୋଡକୁ ଯାଇଥିଲେ। ସେଠାରେ ନିଜ ମୋଟରସାଇକେଲକୁ ରଖି ରାତି ପ୍ରାୟ 10ଟା ବେଳେ ସେ ଛୁରୀରେ ନିଜ ବାମ ହାତର ଚାରୋଟି ଆଙ୍ଗୁଳି କାଟିଥିଲେ। ଏହାପରେ ସେ କଟିଥିବା ସ୍ଥାନରୁ ରକ୍ତସ୍ରାବ ବନ୍ଦ କରିବା ପାଇଁ କହୁଣୀ ନିକଟରେ ଏକ ରଶି ବାନ୍ଧି ଦେଇଥିଲେ। ଏହାପରେ ସେ ଛୁରୀ ଏବଂ କଟା ଆଙ୍ଗୁଠିଗୁଡ଼ିକୁ ଏକ ବ୍ୟାଗରେ ରଖି ଫିଙ୍ଗିଦେଇଥିଲେ। ଯାଞ୍ଚ ବେଳେ ପୁଲିସ ଏକ ବ୍ୟାଗରୁ ତିନୋଟି ଆଙ୍ଗୁଠି ଉଦ୍ଧାର କରିଛି। ଏହି ଘଟଣାରେ ବ୍ୟବହୃତ ଛୁରୀ ଅନ୍ୟ ଏକ ବ୍ୟାଗରୁ ମିଳିଥିଲା। ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ କରୁଛି।

Gujarat News Man Chopped Own Finger To Avoid Job Man Chopped His Own Finger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe