Advertisment

ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ମୃତ, ୨ ଗୁରୁତର

ପ୍ରାୟ ୫୦ରୁ ଅଧିକ ଲୋକ ଏହି ସିରପ୍‌ କିଣି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

dead-after-consuming-syrup

dead-after-consuming-syrup

Advertisment

ଆୟୁର୍ବେଦିକ ସିରପ ନେଲା ଜୀବନ। ବିଷାକ୍ତ ଆୟୁର୍ବେଦିକ ସିରପ୍‌ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ଗୁଜରାଟର ଖେଡା ଜିଲ୍ଲାରେ ମିଥାଇଲ ଆଲକହଲ ଯୁକ୍ତ ଆୟୁର୍ବେଦିକ ସିରପ୍‌ ପିଇ ଗତ ଦୁଇ ଦିନ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ସିରପ୍‌ ପିଇ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ କିରାଣୀ ଦୋକାନରୁ କାଳମେଘସ୍ୱ- ଆସବ ଆରିଷ୍ଟ' ନାମ ଥିବା ବ୍ରାଣ୍ଡେଡ ଆୟୁର୍ବେଦିକ ସିରପ୍‌କୁ କିଣା ଯାଇଛି। ପ୍ରାୟ ୫୦ରୁ ଅଧିକ ଲୋକ ଏହି ସିରପ୍‌ କିଣି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଖେଡା ଜିଲ୍ଲାର ପୁଲିସ ଅଧିକ୍ଷକଙ୍କ କହିବା ମୁତାବକ, ସୂଚନା ମୁତାବକ ନାଡିୟାଦର ବିଲୋଦରା ଗାଁରେ ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ବାଗଡୁ ଗ୍ରାମରେ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗାଁ ଲୋକଙ୍କ ରକ୍ତ ପରୀକ୍ଷାରୁ ଉକ୍ତ ସିରପ୍‌ରେ ମିଥାଇଲ ଆଲକହଲ ଥିବା ଜଣାପଡିଛି। ସିରପ୍‌ ବିକ୍ରି କରିବା ପୂର୍ବରୁ ମିଥାଇଲ ଆଲକହଲ ମିଶା ଯାଇଥିଲା। ଏହି ଘଟଣାରେ ପଚରାଉଚରା କରିବା ପାଇଁ ସିରପ୍‌ ବିକ୍ରି କରୁଥିବା ଦୋକାନୀଙ୍କ ସମେତ ତିନି ଜଣଙ୍କୁ ଅଟକ ରଖାଯାଇଛି।

Advertisment

ଦୋକାନୀଙ୍କ ବାପା ମଧ୍ୟ ଉକ୍ତ ସିରପ୍‌କୁ ପିଇଥିଲେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସିରପ୍‌ର ଦାମ୍‌ ୧୩୦ ଟଙ୍କା। ଦୋକାନୀ ଏହାକୁ ୧୦୦ ଟଙ୍କାରେ କିଣିଥିଲା। ତେବେ ଏହି ସିରପ୍‌ କେଉଁଠୁ ଦୋକାନୀ ଆଣିଥିଲେ ତାକୁ ନେଇ ତଦନ୍ତ ଜାରି ରହିଛି।

Gujarat Methyl Alcohol Poison Syrup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe