Advertisment

ଦୁଇ ମାସ ହେଲା ଓଡ଼ିଶାରେ ସ୍ୱାମୀଙ୍କୁ ଖୋଜୁଛନ୍ତି ଗୁଜରାଟୀ ମହିଳା

ଅହମ୍ମଦାବାଦ ସ୍ଥିତ ନିଉ ରୁମିପର ହୀରାଲବେନ ହସମୁଖଲାଲ ମୋଦି ଏକ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ କାମ କରୁଥିଲେ ବନ୍ତ ଥାନା ମୋହଲା ନରସିଂହପୁର ଗାଁର ମନୋଜ ନାୟକ। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ।

Bhadrak

Bhadrak

Advertisment

ବଡ଼ ଆଳୁ ବ୍ୟବସାୟୀର ପରିଚୟ ଦେଇ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ପତ୍ନୀଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଲେ। ଆଉ ଫେରିଲେ ନାହିଁ। ତେଣୁ ସ୍ୱାମୀଙ୍କୁ ଖୋଜି ଖୋଜି ଆସି ଭଦ୍ରକରେ ପହଞ୍ଚି ଗୁଜରାଟୀ ମହିଳା। ଗତ ଦୁଇ ମାସ ହେଲା ଭଦ୍ରକରେ ସ୍ୱାମୀଙ୍କୁ ଖୋଜୁଛନ୍ତି। ହେଲେ ପତ୍ତା ପାଉନାହାନ୍ତି। ଏନେଇ ସେ ବନ୍ତ ଥାନାଠାରୁ ଆରମ୍ଭ କରି ଭଦ୍ରକ ଏସ୍‌ପି ଓ ଡିଜିପିଙ୍କ ପାଖରେ ଗୁହାରୀ କରିସାରିଲେଣି। ତଥାପି ନ୍ୟାୟ ପାଇନଥିବା ମହିଳା ଜଣକ କହିଛନ୍ତି।

Advertisment

ଅହମ୍ମଦାବାଦ ସ୍ଥିତ ନିଉ ରୁମିପର ହୀରାଲବେନ ହସମୁଖଲାଲ ମୋଦି ଏକ କମ୍ପାନୀରେ କାମ କରୁଥିଲେ। ସେହି କମ୍ପାନୀରେ କାମ କରୁଥିଲେ ବନ୍ତ ଥାନା ମୋହଲା ନରସିଂହପୁର ଗାଁର ମନୋଜ ନାୟକ। ପ୍ରଥମ ଦେଖାରେ ଉଭୟ ପରସ୍ପର ପ୍ରେମରେ ପଡ଼ିଥିଲେ। ଆଉ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିବାହ ପୂର୍ବରୁ ମନୋଜ ନିଜକୁ ଜଣେ ବଡ଼ ଆଳୁ ଓ ପିଆଜ ବ୍ୟବସାୟୀଙ୍କ ପୁଅ ବୋଲି କହିଥିଲେ। ଯେଉଁଥିପାଇଁ ମନୋଜଙ୍କ ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ ହୀରାଲବେନ୍‌। ୨୦୧୯ ମସିହା ଡିସେମ୍ବର ୯ ତାରିଖରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା।

ବିବାହ ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଉଭୟ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହାରି ଭିତରେ ହୀରାଲବେନ୍‌ ଗର୍ଭବତୀ ହୋଇଥିଲେ। କୋଳକୁ ଆସିଥିଲା କୋଳନନ୍ଦନ। ଅଭିଯୋଗ ଅନୁସାରେ ପୁଅ ଜନ୍ମ ପରେ ଅସଲ ରୂପ ଦେଖାଇଥିଲେ ମନୋଜ। ହୀରାଲବେନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇଥିଲେ। ବ୍ୟବସାୟ କରିବାର ବାହାନା କରି ଟଙ୍କା ମାଗିଥିଲେ। ନିଜ ପାଖରେ ଯାହା ଗଚ୍ଛିତ ସମ୍ୱଳ ଥିଲା ଓ ଧାର ଉଧାର କରି ସ୍ୱାମୀଙ୍କୁ କୋଟିଏରୁ ଅଧିକ ଟଙ୍କା ଦେଇଥିଲେ। ସେଥିରେ କିନ୍ତୁ ମନୋଜଙ୍କ ମନ ଭରିନଥିଲା। ସେ ଆହୁରି ଟଙ୍କା ମାଗିଥିଲେ। ତେଣୁ ନିଜ ଫ୍ଲାଟ୍‌କୁ ବ୍ୟାଙ୍କରେ ବନ୍ଧକ ରଖି ଓ ବାପଘର ଲୋକଙ୍କଠାରୁ ଟଙ୍କା ଧାର ସୂତ୍ରରେ ମନୋଜଙ୍କୁ ଦେଇଥିଲେ ହୀରାଲବେନ। ଭାବିଥିଲେ ବ୍ୟବସାୟରୁ ଲାଭ ମିଳିଲେ ସ୍ୱାମୀ ଟଙ୍କା ସୁଝିଦେବେ।

Advertisment

ହେଲେ ହୀରାଲବେନଙ୍କ ଭାବନା ଭୁଲ୍‌ ଥିଲା। ମନୋଜ ଥିଲେ ଭାରି ଚତୁର! ପତ୍ନୀଙ୍କଠାରୁ ଟଙ୍କା ହଡପ୍‌ କରିବା ପରେ ଚମ୍ପଟ ମାରିବା ପାଇଁ ଯୋଜନା କରିଥିଲେ। ଘରେ କାମ ଅଛି ବୋଲି ବାହାନା କରି ମନୋଜ ଓଡ଼ିଶା ପଳାଇ ଆସିଥିଲେ। ସେ ଟଙ୍କା ଧରି ଆସି ନିଜ ଗାଁରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ମନୋଜ ଆଉ ହୀରାଲବେନଙ୍କ ପାଖକୁ ଫେରିନଥିଲେ। ତାଙ୍କ ସହ କୌଣସି ଯୋଗାଯୋଗ କଲେନାହିଁ।

ସ୍ୱାମୀଙ୍କୁ ଖୋଜି ଖୋଜି ଭଦ୍ରକ ଜିଲ୍ଲା ବନ୍ତରେ ପହଞ୍ଚିଥିଲେ ହୀରାଲବେନ। ନିଜ ଶାଶୁ ଘରକୁ ଯାଇଥିଲେ। ହେଲେ ସେଠାରେ ସ୍ୱାମୀଙ୍କୁ ପାଇଲେନାହିଁ। ପରେ ନିଜ ସ୍ୱାମୀଙ୍କ ନାଁରେ ସେ ଦୁଇ ଦୁଇ ଥର ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଛି। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଗତ ଦୁଇ ମାସ ହେଲା ନ୍ୟାୟ ପାଇଁ ଭଦ୍ରକରେ ଘୁରି ବୁଲୁଛନ୍ତି ହୀରାଲବେନ।

ବନ୍ତ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରି ହୀରାଲବେନ ଭଦ୍ରକ ଏସ୍‌ପିଙ୍କ ପାଖରେ ପହଞ୍ଚିଥିଲେ। ନ୍ୟାୟ ପାଇଁ ଗୁହାରୀ କରିଥିଲେ। ହେଲେ ସେଠାରୁ ମଧ୍ୟ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ହୀରାଲବେନ ଡିଜିପିଙ୍କ ପାଖରେ ଅଭିଯୋଗ କରିଥିଲେ। ଡିଜିପି ମାମଲାର ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ପାଇଁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ହୀରାଲବେନ ଚତୁର୍ଥ ଥର ପାଇଁ ଏସ୍‌ପିଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି। ଆଗକୁ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି ହୀରାଲବେନ।

ହୀରାଲବେନ କହିଛନ୍ତି, ପୁଲିସ ଜାଣିଶୁଣି ମନୋଜ ଓ ତାଙ୍କ ଘର ଲୋକଙ୍କୁ ଗିରଫ କରୁନାହିଁ। ଯେଉଁ ଲୋକ ନିଜ ସ୍ତ୍ରୀ ଓ ସନ୍ତାନକୁ ଠକିଛି, ସେ ଲୋକକୁ ଦଣ୍ଡ ମିଳିବା ଦରକାର। ଯାହା ପୁଲିସ କରୁନାହିଁ ବୋଲି ହୀରାଲବେନ କହିଛନ୍ତି।

ହୀରାଲବେନଙ୍କ ଅଭିଯୋଗ ନେଇ ତାଙ୍କ ସ୍ୱାମୀ ମନୋଜଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Crime Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe