Advertisment

ଜଙ୍ଗଲରେ ଠାବ ହେଲା ବନ୍ଧୁକ ତିଆରି କାରଖାନା

ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା। ଏହା ପରେ BSF ଓ DRG ଯବାନମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ।

Naxal

Naxal

Advertisment

ଯବାନଙ୍କୁ ମିଳିଲା ବଡ଼ ସଫଳତା। ସର୍ଚ୍ଚ ଅପରେସନ୍‌ ବେଳେ ଘଞ୍ଚ ଜଙ୍ଗଲରେ ଠାବ ହେଲା ବନ୍ଧୁକ କାରଖାନା। ନକ୍ସଲମାନେ ଦୀର୍ଘ ଦିନ ଧରି ସେଠାରେ ବନ୍ଧୁକ ତିଆରି କରୁଥିବା ଅଭିଯୋଗ ହେଉଛି। ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଥିବା ଜଙ୍ଗଲରୁ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି।

Advertisment

ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା। ଏହା ପରେ BSF ଓ DRG ଯବାନମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ସର୍ଚ୍ଚ ଅପରେସନ୍‌ ସମ୍ପର୍କରେ ଜାଣିପାରି ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲେ। ହେଲେ ବନ୍ଧୁକ ତିଆରି ସରଞ୍ଜାମ ନେଇପାରିନଥିଲେ।

ଯବାନମାନେ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ ଭଳି ଅନେକ ସାମଗ୍ରୀ ଜବତ କରିଥିଲେ। ଏଥିସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ସୁରକ୍ଷା କର୍ମୀ।ଏବେ ସେହି ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ୍‌ ଚଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବନ୍ଧୁକ ତିଆରି କାରଖାନା ଠାବ ହେବାରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

Advertisment

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe