Advertisment

ହୋଟେଲ୍‌ରେ ପଶି ଭଙ୍ଗାରୁଜା କଲେ; ୯ ରାଉଣ୍ଡ ଫାୟାରିଂ କଲେ

ବଲାଙ୍ଗିର-ସୋନପୁର ରାସ୍ତାର ଗଇଁତଳା ନିକଟରେ ସଞ୍ଜିବ ନନ୍ଦ ଓ ବିବେକାନ୍ଦ ପତି ମିଶି ଗୋଟିଏ ହୋଟେଲ୍‌ କରିଛନ୍ତି। ଆଜି ଗଣେଶ ପୂଜା ଥିବାରୁ ହୋଟେଲ୍‌ରେ ବେଶୀ ଷ୍ଟାଫ୍‌ ନଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ହୋଟେଲ୍‌ରେ ପଶିଲେ ଭଙ୍ଗାରୁଜା କଲେ। ଟଙ୍କା ଲୁଟିଲେ। ଆଉ ହୋଟେଲ୍‌ ଛାଡ଼ିଲା ବେଳେ ୯ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲେ। ଆଜି ଅପରାହ୍ନରେ ଏପରି ଘଟଣା ବଲାଙ୍ଗିର-ସୋନପୁର ରାସ୍ତାର ଏକ ହୋଟେଲ୍‌ରେ ଘଟିଛି। ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତକୁ ବାନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି।

Advertisment

ବଲାଙ୍ଗିର-ସୋନପୁର ରାସ୍ତାର ଗଇଁତଳା ନିକଟରେ ସଞ୍ଜୀବ ନନ୍ଦ ଓ ବିବେକାନ୍ଦ ପତି ମିଶି ଗୋଟିଏ ହୋଟେଲ୍‌ କରିଛନ୍ତି। ଆଜି ଗଣେଶ ପୂଜା ଥିବାରୁ ହୋଟେଲ୍‌ରେ ବେଶୀ ଷ୍ଟାଫ୍‌ ନଥିଲେ। କେବଳ ଦୁଇରୁ ତିନି ଜଣ ଷ୍ଟାଫ୍‌ ଥିଲେ। ଆଜି ଅପରାହ୍ନରେ ବିବେକାନନ୍ଦଙ୍କ ଗାଡ଼ି ଚାଳକ ରାଜୁ ଛତ୍ରିଆ ଓ ତାଙ୍କର ଦୁଇ ସାଥୀ ହାତରେ ବନ୍ଧୁକ ଧରି ହୋଟେଲ୍‌କୁ ଆସିଥିଲେ। ସେମାନେ ହୋଟେଲ୍‌ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ପରେ ହୋଟେଲ୍‌ରେ ପଶି ଉତ୍ପାତ କରିଥିଲେ।

ହୋଟେଲ୍‌ରେ ଥିବା ଫ୍ରିଜ୍‌, ଟିଭି, ଚୟାର, ଟେବୁଲ୍‌, ଇଣ୍ଟରିୟର, ଲାପ୍‌ଟପ, ବାଇକ୍‌ ପ୍ରମୁଖ ଭଙ୍ଗାରୁଜା କରିଥିଲେ। ଆଉ ଗଲା ବେଳେ ଟଙ୍କା ବାକ୍ସରେ ଥିବା ୮ରୁ ୧୦ ହଜାର ଟଙ୍କା ନେଇ ଲୁଟି ନେଇଥିଲେ। ହୋଟେଲ୍‌ ବାହାରେ ୯ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିବା ଜଣାପଡ଼ିଛି। ରାଜୁ ଓ ତାଙ୍କ ସାଥୀଙ୍କ ଉତ୍ପାତ ଦେଖି ଜୀବନ ବିକଳରେ ହୋଟେଲ୍‌ ପଛ ପାର୍ଶ୍ୱ ଗେଟ୍‌ ଦେଇ ପଳାଇ ଯାଇଥିଲେ ସଞ୍ଜୀବ। ପରେ ସେ ଏନେଇ ନିଜ ପାର୍ଟନର ବିବେକାନନ୍ଦଙ୍କୁ ଫୋନ୍‌ରେ ଜଣାଇଥିଲେ। ସେ ପୁଲିସ୍‌କୁ ଖବର ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ରାଜୁକୁ କାବୁ କରିଛି। ହେଲେ ତାଙ୍କର ଦୁଇ ସାଥୀ ଫେରାର ହୋଇଯାଇଛନ୍ତି। ତେବେ କ’ଣ ପଇଁ ସେ ଉନ୍ମୋକ୍ତ କାଣ୍ଡ ଘଟାଇଲା, ତାହା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ-ବଲାଙ୍ଗିରରୁ ମନରଞ୍ଜନ ଯୋଷୀ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe