Advertisment

ଗନ୍ଧମାର୍ଦ୍ଧନ ପାହାଡ଼ରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ, ଖସିଗଲା ବିବିଏମ୍ କମାଣ୍ଡର ସୁଦର୍ଶନ

ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୁଲିସ ଓ ମାଓ ମୁହାଁମୁହିଁ ହୋଇଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ବରଗଡ଼ ଜିଲ୍ଲା ପାଇକମାଳ ଗର୍ଦ୍ଧମାର୍ଦ୍ଧନ ପାହାଡ଼ରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣାକୁ ନେଇ ବରଗଡ଼ ଏସପିଙ୍କ ପ୍ରେସମିଟ।

Advertisment

ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୁଲିସ ଓ ମାଓ ମୁହାଁ ମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଘନ ଘନ ଗୁଳି ଚାଳନା ମଧ୍ୟ ହୋଇଥଲା। ସ୍ଥାନୀୟ ମାଓ କ୍ୟାମ୍ପ ଉପରେ ପୁଲିସ ନଜର ରଖି ଆସୁଥିଲା। ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼ିବା ପରେ ପୁଲିସ ଓ କମାଣ୍ଡୋ ମାଓ କ୍ୟାମ୍ପରେ ପହଞ୍ଚିବା ବେଳକୁ ହାର୍ଡ କୋର୍ ମାଓବାଦୀ ତଥା ବିବିଏମ୍ ଡିଭିଜନର କମାଣ୍ଡର ସୁଦର୍ଶନ ଓ ତାଙ୍କ ସଙ୍ଗଠନ ଫେରାର ମାରିଥିଲା। ଏହା ସହିତ ଅନ୍ୟ ମାଓବାଦୀ ମାନେ ଫେରାର ହେବାରେ ସଫଳ ହୋଇଥିଲେ।

ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପରୁ ବ୍ୟାଟେରୀ, ଚାର୍ଜର, ଡିଟୋନେଟର, ବିସ୍ପୋରକ, ରେଡ଼ିଓ, ମେଡ଼ିସିନ ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।ଏବେ ମଧ୍ୟ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରିରହିଥିବା ଏସପି ପ୍ରହଲ୍ଲାଦ ଶାହାଇ ମୀନା ସୂଚନା ଦେଇଛନ୍ତି।

Advertisment
Police Maoists Encounter