Advertisment

ଉତ୍ତରାଖଣ୍ଡ ହିଂସା: ୫ ହଜାରଙ୍କ ନାଁରେ ମାମଲା ରୁଜୁ, ୫ ଗିରଫ

ଏକ ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ଗତକାଲି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
File Photo

File Photo

ଉତ୍ତରାଖଣ୍ଡ ହଲଦ୍ୱାନୀ ହିଂସା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୁଲିସ। ଏଥିସହ ୫ ହଜାର ଭିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏକ ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ଗତକାଲି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି।

Advertisment

ସ୍ଥାନୀୟ ଲୋକମାନେ ମ୍ୟୁନିସିପାଲିଟି କର୍ମଚାରୀ, ପୁଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ପୁଲିସ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୦୦ ରୁ ଅଧିକ ପୁଲିସ ଆହତ ହୋଇଛନ୍ତି।

ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଧାରା ୧୪୪ ଲଗାଯିବା ସହ ସ୍କୁଲ୍-କଲେଜକୁ ବନ୍ଦ ରଖାଯାଇଛି। ପୁଲିସ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ରାଜ୍ୟ ସରକାର ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହଲଦ୍ୱାନୀ ଏସଏସପି ନୈନିତାଲ ପିଏନ ମୀନା କହିଛନ୍ତି ଯେ, ପୁଲିସ ୫,୦୦୦ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ଅନେକଙ୍କୁ ମଧ୍ୟ ଗିରଫ କରାଯାଇଛି। 

Advertisment

ସୂଚନା ଅନୁସାରେ, ହଲଦ୍ୱାନୀରେ ଥିବା ଏକ ବେଆଇନ ମଦ୍ରାସା ଭାଙ୍ଗିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ପ୍ରଶାସନିକ ଟିମ୍ ଓ ପୁଲିସ ଜେସିବି ମାଧ୍ୟମରେ ମଦ୍ରାସାକୁ ଭାଙ୍ଗୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏହାପରେ ସେଠାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଏଥିରେ ପାଞ୍ଚ ଜଣଙ୍କର ଜୀବନ ଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି।  

Haldwani Violence Uttarakhand Violence Tension In Uttarakhand