Advertisment

ନାବାଳକ ଓ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସପ୍ତାହେ ହେଲାଣି ନିଖୋଜ ଥିଲେ

ପ୍ରାୟ ସପ୍ତାହେ ଧରି ନିଖୋଜ ଥିବା ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଉଦ୍ଧାର କରାଯାଇଛି।

author-image
Jitendra Garnayak
People

People

ପ୍ରାୟ ସପ୍ତାହେ ଧରି ନିଖୋଜ ଥିବା ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆଜି ଉଦ୍ଧାର କରାଯାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତର ବାଞ୍ଜିପଦର ଗାଁରେ ଘଟିଛି ଏହି ଘଟଣା।

Advertisment

ମୃତକ ଦ୍ୱୟ ହେଲେ ସୁନୀଲ ପଟେଲ (୧୭) ଓ ଜେମାମଣି ପଟେଲ (୧୫)। ଉଭୟ ବାଞ୍ଜିପଦର ଗାଁର। ପ୍ରାୟ ସପ୍ତାହେ ହେଲାଣି ସେମାନେ ନିଖୋଜ ଥିଲେ। ସେମାନେ ନିଖୋଜ ଥିବା ନେଇ ସେମାନଙ୍କ ପରିବାର ଲୋକେ ଧର୍ମଗଡ଼ ପୁଲିସକୁ ପୂର୍ବରୁ ଜଣାଇଥିଲେ।

ଆଜି କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗାଁ ମଝିରେ ଥିବା ନାଳ ନିକଟରେ ଏହି ଦୁଇ ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖିଥିଲେ। ସେମାନେ ଏନେଇ ଗାଁ ଲୋକଙ୍କୁ କହିଥିଲେ।

Advertisment

ଗାଁ ଲୋକଙ୍କ ଠାରୁ ସୂଚନା ପାଇଁ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ସେମାନେ ଦୁଇଟି ଯାକ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ପୁଲିସ୍ ଏହି ଘଟଣାରେ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ନା ହତ୍ୟା, ସେ ନେଇ ତଦନ୍ତ କରୁଛି ପୁଲିସ।

ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡାଙ୍କ ରିପୋର୍ଟ

Suicide Police Deadbody