Advertisment

ଗଛରେ ଝୁଲୁଛି ନାବାଳକର ମୃତଦେହ; ପରିବାର ଆଣିଲା ହତ୍ୟା ଅଭିଯୋଗ

ନାବାଳକଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ଗତକାଲି ଯାତ୍ରା ଦେଖିବାକୁ ଯାଇଥିଲେ ନାବାଳକ। ଆଜି ସକାଳେ ଗାଁ ନିକଟ ଗଛରୁ ମିଳିଲା ନାବାଳକଙ୍କ ଝୁଲନ୍ତା ମୃତଦେହ। ନାବାଳକଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅଞ୍ଚଳରେ। 

Advertisment

ଗାଁରେ ଯାତ୍ରା ହେଉଥିଲା। ନାବାଳକ ଜଣଙ୍କ ଯାତ୍ରା ଦେଖିବାକୁ ଯାଇଥିଲେ, ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରିବାର ଲୋକେ ନାବାଳକଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଆଜି ସକାଳେ ଲହୁଣିପଡ଼ା ଥାନା ଅନ୍ତର୍ଗତ ହଳଦିକାଞ୍ଚ ସ୍କୁଲ୍‌ ନିକଟରେ ଥିବା ବର ଗଛରେ ନାବାଳକଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ।

ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ନାବାଳକଙ୍କୁ କିଏ ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment
Murder Sudargarh