Advertisment

ସହିପାରିଲେନି ପ୍ରତାରଣା; ପ୍ରେମିକା ଗାଁ ମନ୍ଦିରରେ ଝୁଲି ପଡ଼ିଲେ ପ୍ରେମିକ

ଯୁବତୀଙ୍କ ବିବାହ ଦିନ ମନ୍ଦିରରେ ଲାଗିଥିବା ଘଣ୍ଟିରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ ପ୍ରେମିକ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ଦୁହେଁ ମିଶି ଦେଖିଥିଲେ ସ୍ୱପ୍ନ, ଏକାଠି ବଞ୍ଚିବା ମରିବାକୁ କରିଥିଲେ ପଣ, ତାହା ହଠାତ୍ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ମଧୁର ସଂପର୍କରେ ପଡ଼ିଯାଇ ଥିଲା ବିଚ୍ଛେଦର ଭଟ୍ଟା। ନିଜ ପ୍ରିୟତମା ଆଉ କାହା ହାତ ଧରିବାର ଦୁଃଖକୁ ସହିପାରି ନଥିଲେ ପ୍ରେମିକ। ପ୍ରେମିକା ନୂଆ ସଂସାର ଗଢ଼ିବା ପରେ ଜୀବନ ତୁଚ୍ଛ ଲାଗିଥିଲା। ପ୍ରେମିକାର ଗାଁର ମନ୍ଦିର ଘଣ୍ଟିରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ ପ୍ରେମିକ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଓରାଚନ୍ଦାବିଲା ଗ୍ରାମର ଶିବମନ୍ଦିରରେ। ମୃତ ଯୁବକ ଜଣକ ହେଉଛନ୍ତି ନୀଳଗିରି ଥାନା ହାତୀକୁଟ ଗ୍ରାମର ରାମଚନ୍ଦ୍ର ପାତ୍ର।

Advertisment

ରାମ ଚନ୍ଦ୍ର କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଓରାଚନ୍ଦାବିଲା ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଗତକାଲି ଯୁବତୀଙ୍କ ବିବାହ ଥିଲେ। ଯୁବତୀଙ୍କ ବିବାହ ଖବର ଶୁଣି ରାମଚନ୍ଦ୍ର ପ୍ରେମିକାର ଗାଁରେ ପହଞ୍ଚିଥିଲେ। ଗାଁରେ ଥିବା ଶିବ ମନ୍ଦିରରେ ଲାଗିଥିବା ଘଣ୍ଟିରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

ଗ୍ରାମବାସୀ ଏହି ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲା। ମୋବାଇଲରୁ ମୃତକଙ୍କ ପରିଚୟ ପାଇବାପରେ ପୁଲିସ ପରିବାରବର୍ଗଙ୍କୁ ଖବର ଦେଇଥିଲା। ଖବରପାଇ ମୃତକଙ୍କ ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ।  ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ୍ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe