Advertisment

ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆଜି ସକାଳେ ସୁଧାଂଶୁ ରହୁଥିବା ଘର କବାଟ ନଖୋଲିବାରୁ ପଡୋଶୀଙ୍କ ସନ୍ଦେହ ବଢିଥିଲା । ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ ।

author-image
Ordigital Desk
ଅଦ୍ୟତନ ହୋଇଛି
Sudhansu Das

Sudhansu Das

ଗଞ୍ଜାମ ଜିଲ୍ଲା ପୋଲସରା ରାଜମହଲ ସାହିର ଏକ ବନ୍ଦ ଘରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସୁଧାଂଶୁ ଶୁଭଙ୍କର ଦାଶ ପୋଲସରା ‘ବ୍ୟାଙ୍କ୍ ଅଫ୍ ବରୋଦା’ରେ ଫିଲ୍ଡ୍ ଅଫିସର୍ ଭାବେ କାର୍ଯ୍ୟ କରୁଥିଲେ ।

Advertisment

ଆଜି ସକାଳେ ସୁଧାଂଶୁ ରହୁଥିବା ଘର କବାଟ ନଖୋଲିବାରୁ ପଡୋଶୀଙ୍କ ସନ୍ଦେହ ବଢିଥିଲା । ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ସୁଧାଂଶୁଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ପରିବାର ଲୋକେ ସୁଧାଂଶୁଙ୍କ ଭଡ଼ା ଘରେ ପହଞ୍ଚିଛନ୍ତି। ହଠାତ୍‌ ପୁଅର ଏପରି ଚରମ ପଦକ୍ଷେପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। 

କିଛି ଦିନ ହେବ ମାନସିକ ଅବସାଦରେ ରହୁଥିବା ସୁଧାଶୁଂ ଏପରି ଚରମ ପଦକ୍ଷେପ ଉଠାଇଥିବା ପଡ଼ୋଶୀ କହିଛନ୍ତି। ତେବେ ଏନେଇ ତାଙ୍କ ପରିବାର ପକ୍ଷରୁ କିଛି କୁହାଯାଇନି। ପୁଲିସ୍‌ ଏହି ମାମଲାର ବିଭିନ୍ନ ଦିଗକୁ ଯାଞ୍ଚ କରୁଛି।  ଏନେଇ ତଦନ୍ତ ଜାରିରଖିଛି ।

Advertisment
Ganjam Suicide