Advertisment

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି।

ଅଦ୍ୟତନ ହୋଇଛି
Boudh Je

Boudh Je

Advertisment

ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ
ପ୍ରଦୀପ କୁମାର ଘୋଷ।

Advertisment

ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା। ଭୋଜି ଖାଇ ସାରି ପ୍ରଦୀପ ଦିନ ପ୍ରାୟ ୨ଟା ସମୟରେ ନିଜ ସରକାରୀ କ୍ୱାର୍ଟର୍ସରୁ ଫେରିଥିଲେ। ପରେ ରୁମ୍ କବାଟ ଦେଇ ଭିତରେ ଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରଦୀପ କବାଟ ନ ଖୋଲିବାରୁ ସଯୋଗୀଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କ ପ୍ରଦୀପଙ୍କ ରୁମ କବାଟକୁ ବାଡ଼େଇଥିଲେ ଓ ଫୋନ୍ ମଧ୍ୟ କରିଥିଲେ। ହେଲେ ରୁମ୍ ଭିତରୁ କିଛି ଉତ୍ତର ଆସିନଥିଲା।  ପରେ ସହଯୋଗୀମାନେ ପଛ କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ପ୍ରଦୀପ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।

ପ୍ରଦୀପଙ୍କ ଘର ଲୋକଙ୍କୁ ଘଟଣାସଂପର୍କରେ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ସରକାରୀ କ୍ୱାର୍ଟର୍ସରେ ପଡ଼ିରହିଛି।

Advertisment

 କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Deadbody Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe