Advertisment

ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ପ୍ରେମିକାଙ୍କ ଓଢ଼ଣୀକୁ ବେକରେ ବାନ୍ଧି ଦୁହେଁ ଝୁଲି ପଡ଼ିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
undefined

Deadbody

କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ଼ ପଞ୍ଚାୟତ ଯୋଡ଼ିପାଇ ଗାଁରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ମୃତ ଯୁବକଙ୍କ ନାଁ ମହେନ୍ଦ୍ର ହିକକା। ମୃତ ଯୁବତୀଙ୍କ ନାଁ ଯୁବନ୍ତୀ ମୁସ୍କା। ଉଭୟେ ଯୋଡ଼ିପାଇ ଗାଁର।

ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମହେନ୍ଦ୍ର ଓ ଯୁବନ୍ତୀ ୨ ବର୍ଷ ହେଲା ପରସ୍ପରକୁ ଭଲ ପାଇ ଆସୁଥିଲେ। ଦୁହେଁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ଏଥିରେ ମହେନ୍ଦ୍ରଙ୍କ ମା’ ବାଧକ ସାଜିଥିଲେ। ସେ ମହେନ୍ଦ୍ର ଓ ଯୁବନ୍ତୀଙ୍କ ସଂପର୍କକୁ ଗ୍ରହଣ କରୁ ନଥିଲେ। ମହେନ୍ଦ୍ର ତିନି ଥର ଯୁବନ୍ତୀଙ୍କୁ ନେଇ ନିଜ ଘରକୁ ଯାଇଥିଲେ। କିନ୍ତୁ ମହେନ୍ଦ୍ରଙ୍କ ପରିବାର ଲୋକେ ସେମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ। ଏହାକୁ ନେଇ ଦୁହେଁ ଦୁଃଖୀ ଥିଲେ। ତେଣୁ ଏମିତି ଏକ ପଦକ୍ଷେପ ନେଇଗଲେ।

Advertisment

ମହେନ୍ଦ୍ର ଓ ଯୁବନ୍ତୀଙ୍କ ଝୁଲନ୍ତା ମୃତଦେହକୁ ଗାଁମୁଣ୍ଡରେ ଠାବ କରାଯାଇଥିଲା। କିଛି ଗ୍ରାମବାସୀ ପ୍ରଥମେ ମୃତଦେହଗୁଡ଼ିକୁ ଦେଖିଥିଲେ। ଗାଁ ମୁଣ୍ଡରେ ଏକ ତେନ୍ତୁଳି ଗଛରେ ସେମାନଙ୍କ ମୃତଦେହ ଝୁଲିଥିଲା। ଯୁବନ୍ତୀଙ୍କ ଓଢ଼ଣୀରେ ଦୁହେଁ ଝୁଲି ରହିଥିଲେ। ଦଶମନ୍ତପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Suicide