Advertisment

ହୋଟେଲ ରୁମ୍‌ରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ

୪ ଦିନ ତଳେ ଦେବଗଡ଼ ସ୍ଥିତ ଏସ୍‌ବିଆଇରେ ସିଏସ୍ ମ୍ୟାନେଜର ଭାବେ ସେ ଯୋଗ ଦେଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Dead Body

Dead Body

ଦେବଗଡ଼ ସହରରେ ଥିବା ଏକ ହୋଟେଲ ରୁମରୁ ମିଳିଲା ଏସବିଆଇ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ସୁବାସ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁରର ଅଇଁଠାପାଲିରେ।

Advertisment

ଗତ ୪ ଦିନ ହେଲା ସୁବାସ ଅଗ୍ରୱାଲ ଦେବଗଡ଼ ଏସ୍‌ବିଆଇରେ ସିଏସି ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ସେହି ଦିନ ଠାରୁ ସେ ହୋଟେଲରେ ରହୁଥିଲେ।

ଆଜି ସକାଳେ ହୋଟେଲ କର୍ମଚାରୀ ସେ ରହୁଥିବା ରୁମ୍‌ର କବାଟ ବାଡ଼େଇ ଥିଲେ। କିନ୍ତୁ ସୁବାସ କବାଟ ଖୋଲି ନଥିଲେ। ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକ ଆଜି ଦେବଗଡ଼ରେ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। କିନ୍ତୁ ସୁବାସ ଫୋନ୍ ଉଠାଇ ନଥିଲେ। ତେଣୁ ସେମାନେ ସୁବାସ ରହୁଥିବା ହୋଟେଲକୁ ଆସିଥିଲେ। ସେମାନଙ୍କ ଉପସ୍ଥିତିରେ କବାଟ ଖୋଲା ଯିବା ପରେ ସୁବାସଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

Advertisment

ପୁଲିସ୍ ସୁବାସଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ଭଳି ମନେ ହେଉଥିବା କୁହାଯାଉଛି।

ସୁବାସଙ୍କ ପରିବାର ଲୋକେ କହିଛନ୍ତି ଯେ ତାଙ୍କ ପରିବାରରେ କୌଣସି କଳହ ବା ଅଶାନ୍ତି ନଥିଲା। ସେ କାହିଁକି ଏମିତି ପଦକ୍ଷେପ ନେଲେ ସେମାନେ ଜାଣି ନାହାନ୍ତି ବୋଲି ତାଙ୍କ ବାପା ଓ ବଡ଼ ଭାଇ କହିଛନ୍ତି।

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ 

Suicide SBI