Advertisment

ଭଡ଼ା ଘରୁ ମିଳିଲା କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ମୃତ ଛାତ୍ରୀ ତାଙ୍କ ବଡ଼ ଭଉଣୀଙ୍କ ସହିତ ଭଡ଼ା ଘରେ ରହୁଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
College Student

College Student

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରୋଡ୍‌ରେ ଥିବା ଏକ ଭଡ଼ା ଘରୁ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ତାଙ୍କ ନାଁ ଅନସୂୟା ମଲିକ। ସେ ତୃପ୍ତି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ରୀ ଥିଲେ।

Advertisment

ଅନସୂୟାଙ୍କ ଘର ସାବରଙ୍ଗ ଥାନା ସାହଡ଼ା ପଞ୍ଚାୟତର ସାନନ୍ଦପୁର ଗାଁରେ। ସେ ବାସୁଦେବପୁର ବ୍ଳକ ରୋଡ୍‌ରେ ଏକ ଭଡ଼ା ଘରେ ତାଙ୍କ ବଡ଼ ଭଉଣୀ ପୂଜାଙ୍କ ସହିତ ରହୁଥିଲେ। ପୂଜା ଯୁକ୍ତ ତିନିର ଛାତ୍ରୀ ଥିଲେ।

ଆଜି ଅନସୂୟାଙ୍କୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଭଡ଼ା ଘରୁ ଉଦ୍ଧାର କରିଥିଲା ବାସୁଦେବପୁର ପୁଲିସ। ସେ ଫ୍ୟାନରେ ବନ୍ଧା ଯାଇଥିବା ଏକ ରଶିରେ ଝୁଲି ରହିଥିଲେ।

Advertisment

କେଉଁ ପରିସ୍ଥିତିରେ ଅନସୂୟା ମଲିକଙ୍କ ମୃତ୍ୟୁ ଘଟିଛି, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ କଲେଜ ପଢୁଆ ଝିଅର ମୃତ୍ୟୁ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି ତାଙ୍କ ପରିବାର।

Suicide