Advertisment

ହୋଟେଲରୁ ମିଳିଲା ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ

ହୋଟେଲରୁ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ମିଳିଛି

crpf jawan

crpf jawan

Advertisment

ରାଜଧାନୀ ଭୁବନେଶ୍ୱରର ଅଶୋକ ନଗରରେ ଥିବା ଏକ ହୋଟେଲରୁ ଜଣେ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତକଙ୍କ ନାଁ ମୀର ସିଂହ (୪୨)। ତାଙ୍କଘର ରାଜସ୍ଥାନରେ। ସିଆରପିଏଫ ପକ୍ଷରୁ ତାଙ୍କୁ ଝାଡଖଣ୍ଡରେ ମୁତୟନ କରାଯାଇଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ ସେ ଜାନୁଆରୀ ୨୬ ତାରିଖରେ ଆସି ଏହି ହୋଟେଲରେ ରହିଥିଲେ। କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡି ନାହିଁ। ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି, ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ।

ଘଟଣା ସମ୍ପର୍କରେ ମୀର ସିଂହଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ହୋଟେଲେ କର୍ମଚାରୀଙ୍କ କହିବା ଅନୁଯାୟୀ, ହୋଟେଲରେ ରହୁଥିବା ବେଳେ ମୀର ସିଂହ ଅନେକ ସମୟରେ କାହାସହିତ ଫୋନରେ ଉଚ୍ଚସ୍ୱରରେ କଥା ହେଉଥିଲେ। ଲାଗୁଥିଲା, ଫୋନରେ କାହା ସହିତ ତାଙ୍କର ଝଗଡା ହେଉଥିଲା।

Advertisment
Crpf Jawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe