Advertisment

ଭୁବନେଶ୍ୱରରେ ଭଡ଼ା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୃତ ଯୁବକଙ୍କୁ ମାତ୍ର ୨୬ ବର୍ଷ ହୋଇଥିବା ବେଳେ ସେ ଏସ୍‌ବିଆଇ ଫାଇନାନ୍ସରେ କାମ କରୁଥିଲେ ବୋଲି ଜଣାପଡ଼ିଛି।

author-image
Jitendra Garnayak
Dead Body

Dead Body

ଭୁବନେଶ୍ୱରର ପ୍ରାଚୀ ବିହାର ଅଞ୍ଚଳରୁ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ଦୀପକ ଦାସ (୨୬)। ତାଙ୍କ ଘର କେନ୍ଦ୍ରାପଡ଼ାର ରାଜକନିକା ଅଞ୍ଚଳରେ। ସେ ଏସ୍‌ବିଆଇ ଫାଇନାନ୍ସରେ କାମ କରୁଥିଲେ।

Advertisment

ଦୀପକ ପ୍ରାଚୀ ବିହାରରେ ଘର ଭଡ଼ା ନେଇ ରହୁଥିଲେ। ସେ ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ତାଙ୍କ ରୁମ୍‌ ମେଟ୍ ମଞ୍ଚେଶ୍ୱର ପୁଲିସକୁ ଖବର ଦେଇଥିଲେ।

ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା। ଘରେ ଦୀପକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା। ସେ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ।

Advertisment

ଦୀପକ କାହିଁକି ଏଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Suicide