Advertisment

ବିଦ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ରାକେଶ ଆଇଟିଆଇ କରିଥିଲେ। ବେଙ୍ଗାଲୁରୁ ଯାଇ କାମ କରୁଥିଲେ। କିନ୍ତୁ ମାସେରୁ ଅଧିକ ଦିନ କାମ କରିବା ପରେ ସେଠାରୁ ଫେରି ଆସିଥିଲେ।

author-image
Jitendra Garnayak
School

School

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସିଆଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ସିଆଳିଆ ଗାଁର ରାକେଶ ପରିଡ଼ା (୧୯)।

Advertisment

ଆଜି ସକାଳ ୧୦ଟା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଫାଟକ ତାଲା ଖୋଲି ଶ୍ରେଣୀ ଗୃହକୁ ଯିବା ସମୟରେ ବାରଣ୍ଡାରେ ରାକେଶଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ବିଦ୍ୟାଳୟ କମିଟି ଓ ପୁଲିସକୁ ଖବର ଦେଇଥିଲେ।

କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ରାକେଶଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ତାଙ୍କୁ ହତ୍ୟାକାରୀ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା ପ୍ରଦୀପ ପରିଡ଼ା।

ପ୍ରଦୀପ ପରିଡ଼ା କହିଛନ୍ତି, ଗତକାଲି ରାତିରେ ସେ ଘରକୁ ଫେରି ନଥିଲା। ବେଳେ ବେଳେ ସେ ରାତିରେ ଘରକୁ ଆସେ ନାହିଁ। ସାଙ୍ଗମାନଙ୍କ ସହିତ ରହିଯାଏ। ତେଣୁ ଆମେ କିଛି ସନ୍ଦେହ କରି ନଥିଲୁ। ସକାଳେ ମଧ୍ୟ ସେ ଘରକୁ ଫେରି ନଥିଲା। କିନ୍ତୁ ପଳାଇ ଆସିବ ଭାବି ମୁଁ କାମକୁ ବାହାରି ଯାଇଥିଲି। କିନ୍ତୁ ପରେ ଫୋନ୍ ପାଇଲି ସ୍କୁଲରେ ତା’ ଝୁଲନ୍ତା ମୃତଦେହ ମିଳିଛି।

ରାକେଶ ଆଇଟିଆଇ କରିଥିଲେ। ବେଙ୍ଗାଲୁରୁ ଯାଇ କାମ କରୁଥିଲେ। କିନ୍ତୁ ମାସେରୁ ଅଧିକ ଦିନ କାମ କରିବା ପରେ ସେଠାରୁ ଫେରି ଆସିଥିଲେ। ଏବେ କିଛି କରୁ ନଥିଲେ ବୋଲି ତାଙ୍କ ବାପାଙ୍କ ଠାରୁ ସୂଚନା ମିଳିଛି।

Odisha Police Murder Suicide