Advertisment

ନିଖୋଜ ନାବାଳକଙ୍କ ଝୁଲନ୍ତା ମୃତଦେହ ଠାବ, ପୁଲିସ ଗାଡ଼ି ଜାଳିଦେଲେ ଲୋକେ

୨୩ ତାରିଖରୁ ନାବାଳକ ଜଣଙ୍କ ନିଖୋଜ ଥିବା ବେଳେ ଆଜି ମିଳିଛି ଝୁଲନ୍ତା ମୃତଦେହ।

ଅଦ୍ୟତନ ହୋଇଛି
Victim and Police Vehicle

Victim and Police Vehicle

Advertisment

ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଗାଁର ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ ଗତ ୨୩ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ଆଜି ବାରିଣୀ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ବାରିଣୀ ଛକରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଥିବା ବେଳେ ପୁଲିସ ଗାଡ଼ିକୁ ପୋଡ଼ି ଦେଇଛନ୍ତି।

Advertisment

କିଆକଟା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୨୨ ତାରିଖରେ ସଞ୍ଜୀବ ତାଙ୍କ ମା’ ବାସନ୍ତୀ ବିଶ୍ୱାଳଙ୍କ ସହିତ ନିକଟସ୍ଥ ଟୁସର ଗାଁକୁ ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରେ ହଠାତ୍ ସଞ୍ଜୀବ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କ ମା’ ତାଙ୍କୁ ମଙ୍ଗଳା ପୂଜା କୋଠିରେ ଶୁଆଇ ଦେଇଥିଲେ। ତେବେ ତା’ପର ଦିନ ସକାଳୁ ଦେଖିଲା ବେଳକୁ ସଞ୍ଜୀବ ସେଠାରେ ଆଉ ନଥିଲେ।

ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସଞ୍ଜୀବ ନମିଳିବାରୁ ତାଙ୍କ ମା’ କିଆକଟା ଥାନାରେ ଅଭିଯୋଗ କରିଥିଲେ। ଆଉ ଆଜି ବାରିଣୀ ଜଙ୍ଗଲରୁ ସଞ୍ଜୀବଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ସେମିତି ଗଛରେ ଝୁଲି ରହିଛି।

Advertisment

ସଞ୍ଜୀବଙ୍କ ଗଳିତ ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର ନିଷ୍କ୍ରିୟତା ଯୋଗୁ ଏହି ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହା ସହିତ ତନ୍ତ୍ରମନ୍ତ୍ର ପାଇଁ ସଞ୍ଜୀବଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସେମାନେ ସନ୍ଦେହ କରୁଛନ୍ତି। ଉତ୍ତ୍ୟକ୍ତ ଲୋକେ ବାରିଣୀ ଛକରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରୋକ ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଜାଳି ଦେଇଛନ୍ତି। ପୁଲିସ ଲୋକମାନଙ୍କୁ ବୁଝାସୁଝା କରୁଛି।

ଅନୁଗୋଳରୁ ବିରଜା ଦାସଙ୍କ ରିପୋର୍ଟ 

Murder Police Deadbody Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe