Advertisment

ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ

ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି।

ଅଦ୍ୟତନ ହୋଇଛି
BDO

BDO

Advertisment

ସରକାରୀ କ୍ୱାର୍ଟର୍ସରୁ ମିଳିଛି ଜଣେ ବିଡିଓଙ୍କ ମୃତଦେହ। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କର ଚାକିରି ଆଉ ମାତ୍ର ଅଢ଼େଇ ବର୍ଷ ଥିଲା। 

Advertisment

ଆଜି ଦିନ ୧୧ଟା ବେଳେ କିଛି ସମୟ ପାଇଁ ଅଫିସ ଯାଇଥିଲେ ବିଶ୍ୱରଞ୍ଜନ ମହାନ୍ତି। ଭିସିରେ ଯୋଗ ନଦେବାରୁ ତାଙ୍କୁ ଖୋଜା ଯାଇଥିଲା। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କୁ ତାଙ୍କ ସରକାରୀ ବାସଭବନରେ ଠାବ କରାଯାଇଥିଲା। ବେକରେ ଗାମୁଛା ବାନ୍ଧି ସେ ଝୁଲି ପଡ଼ିଥିବା କୁହାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।  

ଏହି ଘଟଣା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ମୃତ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ବାପା ନରେନ୍ଦ୍ର ମହାନ୍ତି। ସେ କହିଛନ୍ତି, ପୁଅକୁ ଜିଲ୍ଲାପାଳ ଛୁଟି ଦେଉ ନଥିଲେ। ଅକ୍ଟୋବର ୨୫ରେ କାମରେ ଯୋଗ ଦେବା ପରଠୁ ଆଉ ଘରକୁ ଆସି ନ ଥିଲା। ଜିଲ୍ଲାପାଳ କାମ ଚାପ ଦେଉଥିଲେ। ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲା ପୁଅ। 

Advertisment

ନରେନ୍ଦ୍ର ମହାନ୍ତିଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ। ସେ କହିଛନ୍ତି, ବିଡିଓ କେବେ ଛୁଟି ପାଇଁ ଆବେଦନ କରି ନ ଥିଲେ। ମୋ ଆଡୁ ଚାପ ନ ଥିଲା। କାମ ଚାପ ଅଭିଯୋଗର ତଦନ୍ତ ହେବ। ଆଜି ଭିସିରେ ଅନୁପସ୍ଥିତ ରହିବାରୁ ଷ୍ଟାଫଙ୍କୁ ତାଙ୍କ ର୍କ୍ୱାର୍ଟର୍ସକୁ ପଠାଇଥିଲି।

ଅନ୍ୟପକ୍ଷରେ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସେ ମଝି ଘରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାହା ଅସମ୍ଭବ। ସେହି ଘରଟା ପୂରା ଫାଙ୍କା। ସେଠାରେ କିଛି ଜିନିଷ ନାହିଁ। ତେଣୁ ଆତ୍ମହତ୍ୟା କରିବା କେମିତି ସମ୍ଭବ? କ୍ୱାର୍ଟର୍ସରେ ଏକା ରହୁଥିବାରୁ ଟିକେ ଡର ରହିଥିଲା। ସେଠି ପାର୍ଟି ପଲିଟିକ୍ସ ପାଇଁ ସେ ଟିକେ ଟେନସନ୍‌ ବି ରହୁଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe