Advertisment

ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Sonali

Sonali

ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଘଟିଛି। ମୃତା ଯୁବତୀଜଣକ ହେଲେ ସୋନାଲି ସଂଘମିତ୍ର ପରିଡ଼ା ।

Advertisment

ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ।

ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ସୋନାଲି ଜଣେ ଖୁସ୍‌ ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି।

Advertisment

ଖବର ପାଇ ଇନଫୋସିଟି ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଥ୍ୟ, ପ୍ରମାଣ ସଂଗ୍ରହ କରୁଛନ୍ତି। ପରିବାର ଲୋକେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ଏହା ପଛରେ ହତ୍ୟା ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି।

ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ବିଲଡର ସଂସ୍ଥାରେ ପ୍ରାୟ ୨ ବର୍ଷ ହେବ କାମ କରୁଥିଲେ। ଏଥିସହ ସେ ଜଣେ ଫୁଡ ବ୍ଲଗର ଭାବେ ସୋଶାଲ ମିଡିଆରେ ବେଶ୍‌ ଜଣାଶୁଣା ଥିଲେ। ସେ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ।

ସୋନାଲି ନିଜେ ଭଲ ରୋଜଗାର କରୁଥିବା ବେଳେ ପରିବାର ତରଫରୁ ମଧ୍ୟ ତାଙ୍କ ଉପରେ କୌଣସି ଚାପ ନ ଥିଲା। ସେ ସବୁବେଳେ ହସଖୁସିରେ ରହୁଥିବା ବେଳେ ତାଙ୍କର ଏପରି ଅଚାନକ ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି।

Bhubaneswar Suicide