Advertisment

ସକାଳେ ଖୋଲିଲାନି ପମ୍ପ ହାଉସ୍‌ କବାଟ, ଭିତରୁ ବାହାରିଲା ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ

ଏକ ପାଣି ପମ୍ପ ହାଉସ୍ ମଧ୍ୟରୁ ଆଜି ସକାଳେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଉଭୟ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଯୁବକଜଣକ ନିକଟସ୍ଥ ପୂଜାରୀଗୁଡ଼ା ଗାଁର ସନାଧର ଭତ୍ରା ବୋଲି ଜଣାପଡ଼ିଛି। ସେ

ଅଦ୍ୟତନ ହୋଇଛି
undefined

Deadbody

Advertisment

ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ବୁର୍ଜାରେ ଘଟିଛି ଅଭାବନୀୟ କାଣ୍ଡ। ଏକ ପାଣି ପମ୍ପ ହାଉସ୍ ମଧ୍ୟରୁ ଆଜି ସକାଳେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଉଭୟ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି।

Advertisment

ଯୁବକଜଣକ ନିକଟସ୍ଥ ପୂଜାରୀଗୁଡ଼ା ଗାଁର ସନାଧର ଭତ୍ରା ବୋଲି ଜଣାପଡ଼ିଛି। ସେ ପୂଜାରୀଗୁଡା ଗ୍ରାମର ହୋଇଥିବାବେଳେ ଉକ୍ତ ପାଣି ପମ୍ପ୍ ହାଉସରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ଯୁବତୀଜଣକ ନିକଟସ୍ଥ କୁର୍ସି ଗ୍ରାମର ବୋଲି ଜଣାଯାଇଛି।

ସନାଧର ଭତ୍ରା ପମ୍ପ ହାଉସ୍‌ରେ ପାଣି ଛାଡିବା ଦାୟିତ୍ୱରେ ଥିଲେ । ଆଜି ସକାଳେ ପାଣି ଛଡ଼ାଯିବାରେ ବିଳମ୍ବ ହେବାରୁ କିଛି ଗ୍ରାମବାସୀ ପମ୍ପ ହାଉସ୍‌ରେ ପହଞ୍ଚିଥିଲେ। ପମ୍ପ ହାଉସ୍‌ କବାଟ ଭିତର ପଟୁ ବନ୍ଦ ଥିବା ବେଳେ ଝରକା ଖୋଲାଥିଲା। ଉକ୍ତ ରୁମ୍‌ ଭିତରେ ସନାତନ ଓ ଜଣେ ଯୁବତୀ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ଉମରକୋଟ ପୁଲିସ ଖବର ଦେଇଥିଲେ।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ଉଭୟ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ନା ଆଉ କିଛି ତଥା ଉଭୟ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ରହସ୍ୟ ଘେରରେ ରହିଛି। ଏନେଇ ଉଭୟ ପରିବାର କିମ୍ବା ପୁଲିସ୍‌ ପାଟି ଫିଟାଇ ନାହାନ୍ତି।

Nabarangpur Hanging Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe