Advertisment

ପରିବାର ଲୋକଙ୍କ ସହ ହସଖୁସିରେ କଥା ହେଲେ, ପରେ ମିଳିଲା ଝୁଲନ୍ତା ମୃତଦେହ

ହଠାତ୍‌ ପରିବାର ଲୋକେ ଯେଉଁ ଖବର ପାଇଲେ ତାହାକୁ ବିଶ୍ୱାସ କରି ପାରିଲେନି। କାରଣ କିଛି ସମୟ ପୂର୍ବରୁ ଯାହା ସହ କଥା ହେଉଥିଲେ ସେ ଆତ୍ମହତ୍ୟା କରିଦେଇଥିବା ଖବର ପାଇ ସେମାନଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ ।

author-image
Niharika Rout
ଅଦ୍ୟତନ ହୋଇଛି
Bijay Kumar Nayak

Bijay Kumar Nayak

ପରିବାର ଲୋକଙ୍କ ସହ ହସଖୁସିରେ ଫୋନ୍‌ରେ କଥା ହେଲେ। ରାତିରେ ଘରକୁ ବାହାରିବେ ବୋଲି ବି କହିଲେ । ମାତ୍ର କିଛି ସମୟ ପରେ ପରିବାର ଲୋକେ ଯେଉଁ ଖବର ପାଇଲେ ତାହାକୁ ବିଶ୍ୱାସ କରି ପାରିଲେନି। କାରଣ କିଛି ସମୟ ପୂର୍ବରୁ ଯାହା ସହ କଥା ହେଉଥିଲେ ସେ ଜୀବନ ହାରିଥିବା  ଖବର ପାଇ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ତେବେ ପରିବାର ଲୋକେ ଆତ୍ମହତ୍ୟା ଖବରକୁ ସହଜେ ବିଶ୍ୱାସ କରି ପାରୁ ନ ଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି।  

Advertisment

ଏପରି ଏକ ଘଟଣା ଫୁଲବାଣୀରେ ଘଟିଛି। ମୃତକ ହେଲେ ବିଜୟ କୁମାର ନାୟକ । ସେ ଉଦ୍ୟାନ ବିଭାଗରେ ଡେମୋନଷ୍ଟ୍ରେସନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଗତକାଲି ଅପରାହ୍ନରେ ସରକାରୀ ବାସଭବନରେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଅନ୍ୟ କର୍ମଚାରୀମାନେ ଠାବ ହୋଇଥିଲା । ପରେ ଏନେଇ ଭଦ୍ରକରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Advertisment

ଏନେଇ ବିଜୟ କୁମାରଙ୍କ ପୁଅ କହିଛନ୍ତି, ବାପା ଗତକାଲି ଫୋନ୍‌ କରି ମୋ’ ସହ, ଭଉଣୀ ସହ ଓ ମା’ଙ୍କ ସହ କଥା ହୋଇଥିଲେ। ମୋ’ ଆକାଉଣ୍ଟକୁ କିଛି ଟଙ୍କା ବି ପଠାଇଥିଲେ। ତାହାର ମାତ୍ର ୧୦ ମିନିଟ୍‌ ପରେ ଆମେ ତାଙ୍କ ଆତ୍ମହତ୍ୟା ଖବର ପାଇଲୁ। ନିହାତି ଭାବେ ତାଙ୍କ ସହିତ କିଛି ଅଘଟଣ ଘଟିଛି କିମ୍ବା ତାଙ୍କୁ କେହି ହତ୍ୟା କରିଥାଇପାରେ। ତେଣୁ ପୁଲିସ ଉଚିତ ତଦନ୍ତ କରି ଆମ ପରିବାରକୁ ନ୍ୟାୟ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ବିଜୟ ଜଣେ ଦକ୍ଷ ଓ ପରିଶ୍ରମୀ କର୍ମଚାରୀ ଥିଲେ । ତାଙ୍କ ଉପରେ ସେମିତି କୌଣସି ଚାପ ନ ଥିଲା। ତେଣୁ ପ୍ରକୃତରେ କଣ ହୋଇଛି ତାର ସଠିକ ତଦନ୍ତ କରିବା ପାଇଁ କନ୍ଧମାଳ ଜିଲ୍ଲା ସହକାରୀ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପୁଲିସ୍‌କୁ ଅନୁରୋଧ କରିଛନ୍ତି।

Suicide Phulbani