Advertisment

ଅନଲାଇନ ଗେମ୍ ହେଲା କାଳ ! ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନଲାଇନ୍‌ ଗେମ୍‌ ଖେଳିବା ଯୋଗୁ ଆଶିଷ ଏପରି ଚମର ପଦକ୍ଷେପ ଉଠାଇଥିବା ଚର୍ଚ୍ଚା ହେଉଛି।

Online Game

Online Game

Advertisment

ପୁଅ କଲେଜରୁ ଘରକୁ ଫେରିଥିଲା। ଏହାପରେ ନିଜ ରୁମ୍‌ ବନ୍ଦ କରି ଭିତରେ ପଶି ରହିଥିଲା। ରାତିରେ ମା’ ପୁଅକୁ ଖାଇବାକୁ ଡାକିବାରୁ କବାଟ ଖୋଲି ନ ଥିଲା ପୁଅ। ଏହାପରେ ମା’ ଝରକାରେ ଯାହା ଦେଖିଲା ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା। କାରଣ ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିଲା ପୁଅ। ଏପରି ଏକ ଅଭାବନୀୟ କାଣ୍ଡ ବାଲେଶ୍ୱର ଜିଲ୍ଲା ସୋର ଥାନା ଅରଡ଼ା ଗାଁରେ ଘଟିଛି।

Advertisment

ମୃତକ ହେଲେ ଅରଡ଼ା ଗାଁର ଶରତ ଚନ୍ଦ୍ର ମଳିକଙ୍କ ସାନ ପୁଅ ଆଶିଷ । ତେବେ ସବୁବେଳେ ଅନଲାଇନ୍‌ ଗେମ୍‌ ଖେଳିବା ଯୋଗୁ ଆଶିଷ ଏପରି ଚମର ପଦକ୍ଷେପ ଉଠାଇଥିବା ଚର୍ଚ୍ଚା ହେଉଛି।

ଆଶିଷ ଗତକାଲି କଲେଜରୁ ଫେରିବା ପରେ ନିଜ ରୁମରେ ପଶି ଭିତରୁ କବାଟ ଦେଇଥିଲେ। ଦୀର୍ଘ ସମୟ ପରେ ମା’ ଖାଇବାକୁ ଡାକିବା ପରେ ମଧ୍ୟ ସେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ମା’ ଝରକା ପାଖକୁ ଯାଇ ପୁଅ ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଲେ।

Advertisment

ତତ୍‌କ୍ଷଣାତ ସେ ପାଖ ପଡ଼ୋଶୀଙ୍କୁ ଡାକି କବାଟ ଭାଙ୍ଗି ଆଶିଷଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଶିଷ ମୋବାଇଲରେ ବିଭିନ୍ନ ଅନଲାଇନ ଗେମ୍‌ ଖେଳୁଥିବା ପରିବାର ଲୋକେ କହିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ପାଇଁ ଅନଲାଇନ ଗେମ୍ ହିଁ ଦାୟୀ ବୋଲି ସନ୍ଦେହ ସୃଷ୍ଟି ହେଉଛି ।

Balasore Suicide Online Game
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe