Advertisment

ରାତିରେ କଥା ହୋଇଥିଲେ ପରିବାର ଲୋକ, ସକାଳୁ ମିଳିଲା ଝିଅର ଝୁଲନ୍ତା ମୃତଦେହ

ଗତ ରାତିରେ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ୱାର୍ଡେନ ଫୋନ୍‌ କରି ଝିଅର ଶରୀର ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ।

ଅଦ୍ୟତନ ହୋଇଛି
Student Suicide

Student Suicide

Advertisment

ରାତିରେ କଥା ହୋଇଥିଲେ ପରିବାର ଲୋକ । ଝିଅର ଭଲମନ୍ଦ ପଚାରି ବୁଝିଥିଲେ। ମାତ୍ର ରାତି ଅଧରେ ଆସିଥିବା ଫୋନ୍‌ କଲ୍‌ ପାଇ ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଝିଅ ଆଉ ନ ଥିବା କଥାକୁ ବିଶ୍ୱାସ କରି ନ ପାରି ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରେ ଦେଖିବାକୁ ମିଳିଛି। ମୃତା ଛାତ୍ରୀଜଣକ ହେଲେ ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳର ଋତୁପୂର୍ଣ୍ଣା ଦାଶ(୧୯)। ସେ ରୋଲାଣ୍ଡ ଫାର୍ମାସୀ କଲେଜରେ ଡି ଫାର୍ମାର ଦ୍ଵିତୀୟ ବର୍ଷ ଛାତ୍ରୀ ଥିଲେ। ହଷ୍ଟେଲରେ ରହି ପାଠ ପଢ଼ୁଥିଲେ।  

 ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ୱାର୍ଡେନ ପରିବାର ଲୋକଙ୍କୁ ଫୋନ୍‌ କରି ଝିଅ ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ତେବେ ଝିଅର ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ହତ୍ୟା କିଛି ଜାଣି ନ ଥିବା ପରିବାର ଲୋକେ କହିଛନ୍ତି।

Advertisment

ସେମାନେ ଦେଇଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲା ଜଣେ ଯୁବକ ସେମାନଙ୍କୁ ଫୋନ୍‌ କରି ବିଭିନ୍ନ ଧମକଚମକ ଦେଉଥିଲେ। ଉକ୍ତ ଯୁବକ ହିଁ ଗତ ରାତିରେ ହଷ୍ଟେଲ ୱାର୍ଡେନଙ୍କୁ ଫୋନ୍‌ କରି ଋତୁପୂର୍ଣ୍ଣା ଅସୁସ୍ଥ ଥିବାରୁ ସେଠାକୁ ଯାଇ ଦେଖିବାକୁ କହିଥିଲେ। ଏହାପରେ ୱାର୍ଡେନ ପହଞ୍ଚି ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିବା ସେମାନେ କହିଥିଲେ। ଉକ୍ତ ଯୁବକ କିଏ ଓ ଝିଅ ସହ ତାଙ୍କର କି ସମ୍ପର୍କ ଥିଲା ସେ ନେଇ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି।

ତେବେ ପୁଲିସ୍‌ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ସେମାନେ ଦାବି କରିଛନ୍ତି।

Ganjam Suicide Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe