Advertisment

ଘରୁ ଆସି ସ୍କୁଲରେ ଝୁଲି ପଡ଼ିଲେ ପ୍ରଧାନଶିକ୍ଷକ

ସବୁ ଦିନ ପରି ଆଗୁଆ ସ୍କୁଲ ଆସିଥିଲେ। ସ୍କୁଲରେ ବୁଲାବୁଲି କରିଥିଲେ। ହେଲେ ଅନ୍ୟମାନେ ଆସିବା ପୂର୍ବରୁ ଅଫିସରେ ରଶି ଲଗାଇ ଝୁଲି ପଡ଼ିଲେ ପ୍ରଧାନଶିକ୍ଷକ ।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ସବୁ ଦିନ ପରି ଆଗୁଆ ସ୍କୁଲ ଆସିଥିଲେ। ସ୍କୁଲରେ ବୁଲାବୁଲି କରିଥିଲେ। ହେଲେ ଅନ୍ୟମାନେ ଆସିବା ପୂର୍ବରୁ ଅଫିସରେ ରଶି ଲଗାଇ ଝୁଲି ପଡ଼ିଲେ ପ୍ରଧାନଶିକ୍ଷକ । ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ତୁରୁଡା ଉପ୍ରା ସ୍କୁଲରେ ଘଟିଛି। ମୃତ ପ୍ରଧାନଶିକ୍ଷକଜଣକ ହେଲେ ହ୍ରୁଷିକେଶ ସାହୁ ।

Advertisment

ହୃଷିକେଶଙ୍କ ଘର କିଶୋରନଗର ବ୍ଲକ ନତଡ଼ା ଗାଁରେ । ସେ ଦୀର୍ଘ ବର୍ଷ ହେଲା ଉକ୍ତ ବ୍ଲକର ତୁରୁଡା ଉପ୍ରା ସ୍କୁଲରେ ଶିକ୍ଷକତା କରୁଥିଲେ। ସବୁଦିନ ପରି ଆଜି ବି ହୃଷିକେଶ ପୂର୍ବାହ୍ନ ପ୍ରାୟ ୯ଟାରେ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ଆଉ କେହି ସ୍କୁଲରେ ନ ଥିଲେ।

ଉକ୍ତ ସମୟରେ ହୃଷିକେଶ କିଛି ସମୟ ସ୍କୁଲରେ ବୁଲାବୁଲି କରିଥିଲେ। ଏହାପରେ ନିଜ ଅଫିସ୍‌ ରୁମ୍‌ରେ ଝୁଲି ପଡ଼ିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ କିଛି ପିଲା ସ୍କୁଲରେ ପହଞ୍ଚିବା ପରେ ପ୍ରଧାନଶିକ୍ଷକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

Advertisment

ଏନେଇ ତୁରନ୍ତ ଖବର ପାଇ ଗ୍ରାମବାସୀ ପହଞ୍ଚି ହୃଷିକେଶଙ୍କୁ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହୃଷିକେଶଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନି।

Suicide Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe