Advertisment

ଝୁଲନ୍ତା ଅବସ୍ଥାରେ ଜେଲ୍‌ ୱାର୍ଡରଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ।

Jail Warder

Jail Warder

Advertisment

ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି।

Advertisment

ମୃତକ ହେଲେ ବାରିମୂଳ ଜେଲ୍‌ ୱାର୍ଡର ବିଜୟ ପରିଡା । ଜେଲ୍ ନିକଟରେ ଥିବା ବାରାକ୍‌ରୁ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ଗତକାଲି ଦିନ ୧୨ଟାରେ ବିଜୟଙ୍କ ଡ୍ୟୁଟି ଶେଷ ହୋଇଥିଲା । ଡିଉଟି ସାରି ସେ ବାରାକକୁ ଫେରିଥିଲେ ।

ମାତ୍ର ସନ୍ଧ୍ୟାବେଳେ ନ ବାହାରିବାରୁ ତାଙ୍କ ସହକର୍ମୀମାନେ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ବିଜୟଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲେ। ତେବେ ବିଜୟଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ ।

Advertisment

ବିଜୟଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ଗୁରିଡିଝାଟିଆରେ। ସେ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଏକ ଛୋଟ ଝିଅ ବି ଅଛି। ପୁଅ ମୃତ୍ୟୁର ଖବର ପାଇ ତାଙ୍କ ପରିବାର ଲୋକେ କେନ୍ଦ୍ରାପଡାରେ ପହଞ୍ଚିଛନ୍ତି । ଅନ୍ୟପଟରେ ସ୍ଥାନୀୟ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ମୃତ୍ୟୁର କାରଣ ଜାଣିବାକୁ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Suicide Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe