Advertisment

ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍‌ କଲାଣି!

ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍‌ରେଟ୍‌ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।

Crime

Crime

Advertisment

ଖୋଲୁଛି ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ମୁଖା। ପ୍ରତିଦିନ ମିଳୁଛି ପୂଳା ପୂଳା ଫ୍ଲାଟ୍‌। ଯେଉଁ ଇମ୍ପୋର୍ଟେଡ୍‌ କମ୍ପାନୀ ଖୋଜିବ, ସେ ବ୍ରାଣ୍ଡର ଦାମୀ କାର ମିଳୁଛି। ତା’ସଙ୍ଗକୁ ହାଇପ୍ରୋଫାଇଲ ଲାଇଫ୍‌ ଷ୍ଟାଇଲ୍‌। ୫୦ ଲକ୍ଷ ଉଡ଼ାଇ ବାର୍ଥ ଡେ’ ସେଲିବ୍ରେସନ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି। ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ସମ୍ପତ୍ତି ୧୦୦ କୋଟି ଅତିକ୍ରମ କଲାଣି। ଯେଉଁଥିରେ ରହିଛି ଦାମୀ ପ୍ଲଟ୍‌, ନାମୀଦାମୀ କାର୍‌।

Advertisment

ଗତ ଡିସେମ୍ବର ୨୪ ତାରିଖରେ ଅନୀଲ ମହାନ୍ତିଙ୍କ ବର୍ଥ ଡେ ସେଲିବ୍ରେସନ୍‌ କରାଯାଇଥିଲା। ଆଖି ଝଲସା ଭଳି ପର୍ଟିରେ କେକ୍‌ କାଟିଥିଲେ ଅନୀଲ୍‌। ତାଙ୍କୁ ଉପହାର ସ୍ୱରୁପ ଦିଆଯାଇଥିଲା ଲଗ୍‌ଜୁରିୟସ୍‌ କାର୍‌। ଆଉ କାର୍‌ ପାଖରେ ଛିଡ଼ା ହୋଇ ଫଟୋ ଉଠାଇଥିଲେ ଠକେଇ ରାଣୀ ହଂସିକା ଅଭିଲିପ୍ସା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସେହି ଭିଡିଓକୁ ନେଇ ତଦନ୍ତ ଚଳାଇଛି ପୁଲିସ।

ଅନ୍ୟପକ୍ଷରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଆୟକର ବିଭାଗ ଗଲା ୪ଦିନ ହେଲା ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ସେତିକି ସଂପତ୍ତିର ରହସ୍ୟ ଭେଦ କରୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର କରି ସାରିଥିବା ବେଳେ ତା’ଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି ରହିଛି। ତା’ସହ ଆହୁରି ୧୭ କୋଟିର ବେନାମୀ ସଂପତ୍ତି ମଧ୍ୟ ବିଲଡରଙ୍କ ପାଖରେ ମଧ୍ୟ ରହିଛି।

Advertisment

ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍‌ରେଟ୍‌ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା। ଯାହାକୁ ଠାବ କରିବାରେ ସକ୍ଷମ ହୋଇଠି ଆୟକର ବିଭାଗ। ଏମିତି ଆହୁରି ଅଧିକ ଗାଡ଼ି ଅଛି କି ନାହିଁ ? ତା’ର ମଧ୍ୟ ବିସ୍ତୃତ ତଥ୍ୟ ମାଗିଛି ଭୁବନେଶ୍ୱର ଆରଟିଓଙ୍କୁ।

ସେପଟେ ଗତ ୨୪ ତାରିଖରେ ଅନୀଲଙ୍କ ବର୍ଥ ଡେ ପାର୍ଟିକୁ ଯାଇଥିବା ଭଦ୍ରକ ଜିଲ୍ଲାର ଜଣେ ବିରୋଧୀ ଦଳର ବିଧାୟକ ଏବେ ଆୟକର ସ୍କାନରରେ। ତାଙ୍କ ସହ କଟକ ଓ କଳାହାଣ୍ଡି ଜିଲ୍ଲାର ଆଉ ୨ଜଣ ପୂର୍ବତନ ମନ୍ତ୍ରୀଙ୍କୁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ନୋଟିସ୍ କରିବା ସୂଚନା ମିଳିଛି।

ଏସବୁ ଭିତରେ ପ୍ରଶ୍ନ, କେମିତି ଏତେ ସବୁ ଦାମୀ ଫ୍ଲାଟ ଓ କାରର ମାଲିକ ହେଲେ ହଂସିକା ଓ ଅନୀଲ୍‌? କାହା ଛତ୍ରଛାୟା ତଳେ ବଡ଼ ବଡ଼ିଆଙ୍କୁ ଲଗାଉଥିଲେ ଚୂନ? ଏସବୁର ରହସ୍ୟ ଭେଦିବା ଲାଗି ଦିନିକିଆ ରିମାଣ୍ଡରେ ଆଣି ଗୁରୁବାର ଅନୀଲ ଓ ହଂସିକା ଙ୍କୁ ମାରାଥନ ଜେରା କରିବା ପରେ ଆଜି କୋର୍ଟରେ ହାଜର କରିଛି କମିସନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ ୟୁନିଟ୍। ତେବେ ଆଉ ରିମାଣ୍ଡରେ ନେବାକୁ ପୁଲିସ ଆବେଦନ ନକରିବାରୁ ଦୁହିଁଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ୧୩ ତାରିଖ ଦିନ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଦିନ ପୁଲିସ କେସ୍ ଡାଏରୀ ମଧ୍ୟ ଦାଖଲ କରିବ ବୋଲି ସୂଚନା ମିଳିଛି।

ଏବେ ଦେଖିବାର କଥା, ହାଇପ୍ରୋଫାଇଲ ଠକ ଅନୀଲ- ହଂସିକା ଯୋଡ଼ି ସଂପର୍କରେ ଆଉ କି ନୂଆ ତଥ୍ୟ ସାମନାକୁ ଆସୁଛି।

Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe