Advertisment

Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍‌; IT ଓ ପୁଲିସ୍‌ ଚଢ଼ଉ

ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍‌ ପୁଲିସ୍‌।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।

Crime

Crime

Advertisment

ପ୍ରତିଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ଠକେଇ ରାଣୀ ହଂସିକାଙ୍କର ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ରହିଛି ୩ଟି ଫ୍ଲାଟ୍‌। କିନ୍ତୁ ସେ ରହୁଥିଲେ ୭୦୩ ନମ୍ୱର ଫ୍ଲାଟ୍‌ରେ। ଅଭିଯୋଗ ହେଉଛି ଅନୀଲ ମହାନ୍ତିଙ୍କ ସହ ସେ ସେହି ଫ୍ଲାଟ୍‌ରେ ରହୁଥିଲେ। ଆଜି ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ କରିଛି ଆୟକର ବିଭାଗ(IT) ଓ କମିସନରେଟ୍‌ ପୁଲିସ୍‌। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଚର୍ଚ୍ଚା ହେଉଛି।

Advertisment

ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍‌ ପୁଲିସ୍‌।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ। ସେହି ସମୟରେ ସାମ୍ୱାଦିକଙ୍କୁ ଦେଖି କାନ୍ଦି ପକାଇଥିଲେ ହଂସିକା ଅଭିଲିପ୍ସା। ଛଳ ଛଳ ଆଖିରେ କହିଥିଲେ, ଆମକୁ ଫସାଇ ଦିଆଯାଇଛି। ମୁଁ ଜଣେ ନାରୀ ହୋଇଥିବା ସତ୍ତ୍ୱେ ମୋ’ ଚରିତ୍ରକୁ ସଂହାର କରାଯାଉଛି ବୋଲି ସେ କହିଥିଲେ। ଠିକ୍‌ ସେମିତି ଅନୀଲ୍‌ ମଧ୍ୟ ହଂସିକାଙ୍କ ପରି କହିଥିଲେ, ଆମକୁ ଫସାଇ ଦିଆଯାଇଛି। ତେବେ କିଏ ଓ କାହିଁକି ଫସାଇଥିଲେ, ସେ ନେଇ ହୋଇଥିବା ପ୍ରଶ୍ନର ଉତ୍ତର କିନ୍ତୁ ଉଭୟ ଦେଇନଥିଲେ।

ସେପଟେ ରିମାଣ୍ଡରେ ଆଣିବା ପରେ ଉଭୟଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲା ଆୟକର ବିଭାଗ ଓ କମିସନରେଟ୍‌ ପୁଲିସ୍‌। ଜେରା ବେଳେ ଅନେକ ଅକୁହା କଥା କହିଥିବା ଜଣାପଡ଼ିଛି। Z1 ଆପାର୍ଟମେଣ୍ଟରେ ହଂସିକା ଙ୍କର ୩ଟି ଫ୍ଲାଟ୍‌ ଥିବା ଜାଣିବାକୁ ପାଇଥିଲା। ଏହା ପରେ ଉଭୟଙ୍କୁ ଧରି Z1 ଆପାର୍ଟମେଣ୍ଟକୁ ଯାଇଥିଲା ଆୟକର ବିଭାଗ ଓ କମିସନରେଟ୍‌ ପୁଲିସ୍‌। ପ୍ରଥମେ ୭୦୩ ନମ୍ୱର ଫ୍ଲାଟକୁ ଯାଇଥିଲେ। ହେଲେ ସେହି ଘରକୁ ଯିବା ପାଇଁ ଅନୁମତି ମିଳିନଥିଲା। ପରେ ବହୁ ବୁଝାସୁଝା ପରେ ଘରର କବାଟ ଖୋଲିଥିଲା। ତା’ପରେ ସେହି ଫ୍ଲାଟ୍‌ରେ ଦୀର୍ଘ ସମୟ ଧରି ଖୋଳତାଡ କରିଥିଲେ। ସେହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।

Advertisment

ହଂସିକା ଅଭିଲିପ୍ସା ଓ ତାଙ୍କର ସ୍ୱାମୀ ଅନୀଲ ମହାନ୍ତିଙ୍କୁ କମିସନ୍‌ରେଟ୍‌ ପୁଲିସ୍‌ ଗିରଫ କରିଥିଲା। ତେବେ ବୁଧବାର ହଂସିକାଙ୍କ ଆଉ ଜଣେ ସ୍ୱାମୀ ସରୋଜ ସାହୁଙ୍କୁ ଆୟକର ବିଭାଗ ଗିରଫ କରିଥିଲା। ତାଙ୍କର ଆଉ ଜଣେ ସ୍ୱାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କୁ ବୁଧବାର ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। କେବଳ ମନୋଜ ନୁହେଁ, ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ଆୟକର ବିଭାଗ ଜେରା କରିଥିଲା। ମିଳିଥିବା ତଥ୍ୟ ଅନୁସାରେ ହଂସିକା ୭୦ରୁ ୮୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହେଉଛି।

ସେପଟେ କମିସନରେଟ୍‌ ପୁଲିସ୍‌ କହିଛି, ଦରକାର ପଡ଼ିଲେ ଆଉ ଥରେ ହଂସିକା ଓ ଅନୀଲଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ।

Fraud Crime Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe