Advertisment

ସୁଧୁରିଲେନି ସଂସ୍କୃତ ଶିକ୍ଷକ, ଥାନାରେ ଏତଲା ଦେଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ

ପିଅନ ହାତରେ ଛୁଟି ଦରଖାସ୍ତ ପଠାଇ ସଂସ୍କୃତ ଶିକ୍ଷକ ଫେରାର ହୋଇଯାଇଥିବା କୁହାଯାଉଛି।

author-image
Jitendra Garnayak
Police Station

Police Station

୭ ଜଣ ଛାତ୍ରୀଙ୍କୁ ଜଣେ ସଂସ୍କୃତ ଶିକ୍ଷକ ଅସଦାଚରଣ କରିଥିବା ନେଇ ଥାନାରେ ହୋଇଛି ଅଭିଯୋଗ। ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ଥିବା ଏକ ବିଦ୍ୟାଳୟର।

Advertisment

୭ ଜଣ ଛାତ୍ରୀ ସଂସ୍କୃତ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ସ୍କୁଲ ତରଫରୁ ସଂସ୍କୃତ ଶିକ୍ଷକଙ୍କୁ ତାଗିଦ କରାଯାଇଥିଲା। କିନ୍ତୁ ଶିକ୍ଷକ ଜଣଙ୍କ ସୁଧୁରି ନଥିଲେ। ଦିନେ ସେ ଶୌଚାଳୟ ପଛପଟେ ଜଣେ ଛାତ୍ରୀଙ୍କୁ ହଇରାଣ କରୁଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦେଖିଥିଲେ। ଘଟଣାଟି ଗତ ୧୬ ତାରିଖରେ ଘଟିଥିବା ବେଳେ ସଂସ୍କୃତ ଶିକ୍ଷକଙ୍କୁ ପୁଣି ବୁଝା ଯାଇଥିଲା। କିନ୍ତୁ ତାଙ୍କ ଆଚରଣ ବଦଳି ନଥିଲା। ତେଣୁ ଗତ ୨୦ ତାରିଖରେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁଣ୍ଡିଆ ଥାନାରେ ତାଙ୍କ ନାଁରେ ଏକ ଏତଲା ଦେଇଥିଲେ। ସେ ୬/୭ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଏତଲାରେ ଉଲ୍ଲେଖ ରହିଛି।

ପୁଲିସ୍‌ ପାଖକୁ ମାମଲା ଯିବା ପରେ ସଂସ୍କୃତ ଶିକ୍ଷକ ଫେରାର ହୋଇଯାଇଛନ୍ତି। ସେ ପିଅନ ହାତରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପାଖକୁ ଛୁଟି ଦରଖାସ୍ତ ପଠାଇ ଦେଇ ଫେରାର ହୋଇଯାଇଛନ୍ତି।

Advertisment

ଅନ୍ୟପକ୍ଷରେ ପୁଲିସର ତଦନ୍ତ ମଧ୍ୟ ଅଧିକ କିଛି ଆଗେଇ ନାହିଁ। ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଛୁଟି ପଡ଼ିଯାଇଥିବାରୁ ତଦନ୍ତ ଅଧିକ ଆଗେଇ ପାରି ନାହିଁ। ଛୁଟି ପରେ ପୁଲିସ ପ୍ରଥମେ ଉକ୍ତ ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବ। ତା’ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।