Advertisment

ଭୁବନେଶ୍ୱରରେ ହରିୟାଣା ପୁଲିସ୍‌, ଘରକୁ ଘର ବୁଲି ଖୋଜୁଛି

ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍‌ ମିଳିଥିବା ଘରେ ସର୍ଚ୍ଚ କରିଥିଲେ।

Police

Police

Advertisment

ରାଜଧାନୀ ଭୁବନେଶ୍ୱରରେ ହରିୟାଣା ପୁଲିସ୍‌। ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରରେ ଘରକୁ ଘର ବୁଲି ସର୍ଚ୍ଚ କରୁଛି। ହେଲେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୁଲିସ୍‌।

Advertisment

ଆଜକୁ ୧୦ ଦିନ ତଳେ ହରିୟାଣାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ମାମଲାରେ ତଦନ୍ତ ବେଳେ ହରିୟାଣା ପୁଲିସ୍‌କୁ ଓଡ଼ିଶା ଲିଙ୍କ ମିଳିଥିଲା। ଅପହରଣର ମାଷ୍ଟରମାଇଣ୍ଡଙ୍କ ମୋବାଇଲ ଲୋକେସନ୍‌ ଇନ୍‌ଫୋସିଟି ଥାନା ପ୍ରଶାନ୍ତି ବିହାରରୁ ମିଳିଥିଲା। ଏହା ପରେ ହରିୟାଣା ପୁଲିସ୍‌ର ୪ ଜଣିଆ ଟିମ୍‌ ଓଡ଼ିଶା ଅଭିମୁଖେ ଆସିଥିଲା। ପୁଲିସ୍‌ ଟିମ୍‌ ଆଜି ମଧ୍ୟାହ୍ନରେ ଇନ୍‌ଫୋସିଟି ଥାନାରେ ପହଞ୍ଚି ଥିଲେ।

ଇନ୍‌ଫୋସିଟି ଥାନା ପୁଲିସ୍‌ ସହାୟତାରେ ହରିୟାଣା ପୁଲିସ୍‌ ପ୍ରଶାନ୍ତି ବିହାରକୁ ଯାଇଥିଲେ। ଘରକୁ ଘର ବୁଲି ଲୋକଙ୍କୁ ପଚାରିଥିଲେ। ଏପରିକି ମୋବାଇଲ ଲୋକେସନ୍‌ ମିଳିଥିବା ଘରେ ସର୍ଚ୍ଚ କରିଥିଲେ। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୁଲିସ୍‌। ଅପରାହ୍ନ ୧ଟାରୁ ୫ ପର୍ଯ୍ୟନ୍ତ ପ୍ରଶାନ୍ତି ବିହାରରେ ଘୁରିକୁ ଘର ବୁଲି ପଚାରିଥିଲେ ହରିୟାଣା ପୁଲିସ୍‌। ଚଢ଼ଉ ପୂର୍ବରୁ ଅଭିଯୁକ୍ତ ଫେରାର ହୋଇଥିବା ଅଭିଯୋଗ ହେଉଛି।

Advertisment

ତେବେ ଏନେଇ ଇନ୍‌ଫୋସିଟି ଥାନା ପୁଲିସ ବା ହରିୟାଣା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe