Advertisment

ଭୋଲେ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ, ରହିଛି ପଲିଟିକାଲ ଲିଙ୍କ୍

ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ହୋଇଥିବା ସତସଙ୍ଗରେ ପ୍ରବଚନ ଦେଉଥିଲେ ଆତ୍ମଘୋଷିତ ଭୋଲେ ବାବା।

author-image
Debibandita Barick
ଅଦ୍ୟତନ ହୋଇଛି
Bhole Baba

Bhole Baba

ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆତ୍ମଘୋଷିତ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ। ଏହି ଦୁଃଖଦ ଘଟଣାକୁ ପାଞ୍ଚ ଦିନ ବିତି ସାରିଥିଲେ ମଧ୍ୟ ଭୋଲେ ବାବାଙ୍କ ବିରୁଦ୍ଧରେ ଏଯାଏ କୌଣସି ଗୋଟିଏ ବି ଲିଖିତ ଅଭିଯୋଗ ହୋଇନଥିଲା। ଆଜି ଭୋଲେ ବାବା ଓରଫ ସୁରଜପଲ ସିଂହଙ୍କ ବିରୁଦ୍ଧରେ ପ୍ରଥମ ମାମଲା ରୁଜୁ ହୋଇଛି।

Advertisment

ପ୍ରକାଶ ଥାଉକି, ଜୁଲାଇ ୨ରେ ହାଥରସରେ ଏକ ସତସଙ୍ଗରେ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ସତସଙ୍ଗରେ ଭୋଲେ ବାବା ପ୍ରବଚନ ଦେଉଥିଲେ। ପ୍ରବଚନ ସରିବା ପରେ ତାଙ୍କ ପାଦ ଧୂଳି ଆଣିବା ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇ ଏତେ ବଡ଼ ଅଘଟଣ ଘଟିଥିବା କୁହାଯାଉଛି।

ଏହି ଘଟଣାରେ ପୁଲିସ ଭୋଲେ ବାବାଙ୍କ ୨୦ରୁ ଅଧିକ ସେବକଙ୍କୁ ଗିରଫ କରି ଥିବାବେଳେ ଗତକାଲି ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରକୁ ଗିରଫ କରିଛି। ମଧୁକରର ଏକାଧିକ ରାଜନେତାଙ୍କ ସହ ହାତ ଥିବା ଜାଣିବାକୁ ପାଇଛି ପୁଲିସ। 

Advertisment

ସେପଟେ ଭୋଲେ ବାବାଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା ଫର୍ଦ୍ଦ ସାମ୍ନାକୁ ଆସୁଛି। ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ସହ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏହା ସାଙ୍ଗକୁ ୧୦୦ କୋଟି ଟଙ୍କାର ସମ୍ପତ୍ତି କାଗଜପତ୍ର ଜବତ କରିଛି ପୁଲିସ।

ନିଜକୁ ବାବା ବୋଲି ସମ୍ବୋଧିତ କରୁଥିବା ସୁରଜପାଲ ସିଂହ ୧୯୯୭ ମସିହାରେ ଦୁଷ୍କର୍ମ ଅଭିଯୋଗରେ ଜେଲରେ ରହିଥିଲେ। ଏହାପରେ ଜେଲରୁ ବାହାରି 'ବାବା ବ୍ୟବସାୟ' ଆରମ୍ଭ କରିଥିଲେ। ସୁରଜପାଲଙ୍କ ପ୍ରବଚନରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୁଏ। ସେ କାହାପାଖରୁ ଦାନ ଆଣୁନଥିବା କହୁଥିବା ବେଳେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ସହ ବିଳାସପୂର୍ଣ୍ଣ କୋଠାବାଡ଼ି ରହିଛି। 

Hathras Stampede Bhole Baba UP Stampede News