Advertisment

ଶ୍ରଦ୍ଧାଞ୍ଜଳିଙ୍କୁ ଶକ୍ତ ଝଟକା; ଓକିଲଙ୍କ ଜରିଆରେ ନୁହେଁ, ନିଜେ ହାଜର ହେବାକୁ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା। ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ ।

Sradhanjali

Sradhanjali

Advertisment

ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା। ଓକିଲ ଜରିଆରେ ହାଜର ହେବା ନିମନ୍ତେ ଶ୍ରଦ୍ଧାଞ୍ଜଳି କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ ।

Advertisment

ସିବିଆଇ କୋର୍ଟଙ୍କ ସମନ ସତ୍ତ୍ୱେ ହାଜର ହେଉନଥିଲେ ଶ୍ରଦ୍ଧାଞ୍ଜଳି । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନ୍‌ବିଡବ୍ଲ୍ୟୁ ମଧ୍ୟ ଜାରି କରିଥିଲା ସିବିଆଇ କୋର୍ଟ । ଓକିଲ ଜରିଆରେ ହାଜର ପାଇଁ କୋର୍ଟରେ ଅପିଳ୍‌ କରିଥିଲେ ଶ୍ରଦ୍ଧାଞ୍ଜଳି । ମାତ୍ର ତଳ କୋର୍ଟ ଆବେଦନ ଖାରଜ କରିବାରୁ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ତେଣୁ ଏବେ ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳି ହାଜର ହେବା ଏକ ପ୍ରକାର ପକ୍କା ହୋଇ ଯାଇଛି।

ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟ୍‌ରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଉଲ୍ଲେଖ ରହିଛି। ଇଡି ପକ୍ଷରୁ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମୋଟ ୨ ହଜାର ୨୪୧ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଛି। ଉକ୍ତ ମାମଲାରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କୁ ଆଗୁଆ ଜାମିନ ଦେବାକୁ ପୂର୍ବରୁ ମନା କରି ସାରିଛନ୍ତି ହାଇକୋର୍ଟ।

Advertisment

ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ବ୍ଲାକମେଲ କରି ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ନିଜର ବିଶାଳ ସାମ୍ରାଜ୍ୟ ଛିଡ଼ା କରିଥିଲେ। ଏହି ହାଇ ପ୍ରୋଫାଇଲ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଜେଲ୍‌ରେ ଥିବା ବେଳେ ସେମାନଙ୍କ ପ୍ରମୁଖ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏବେ ବି ବାହାରେ ଅଛନ୍ତି। ତେଣୁ ଜେଲ୍‌ର ଚାରି କାନ୍ଥ ଭିତରେ ପଶିବେ ନା ଆଇନର ସରୁ ଗଳି ଦେଇ ଖସିଯିବେ ତାହା ଉପରେ ସମସ୍ତଙ୍କ ନଜର।

High Court Archana Nag Honeytrap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe