Advertisment

ବ୍ୟବସାୟୀଙ୍କୁ ହାଣି ଲୁଟିନେଲେ ଟଙ୍କା

ମାଡ଼ ମାରିବା ସହିତ ଖଣ୍ଡାରେ ତାଙ୍କ ଅଣ୍ଟାକୁ ହାଣିଥିଲେ। ଶିଶିର ତଳେ ପଡ଼ିଯିବାରୁ ତାଙ୍କ ପାଖରେ ଥିବା ଟଙ୍କାକୁ ନେଇ ଚମ୍ପର୍ଟ ମାରିଥିଲେ ଦୁର୍ବୁତ୍ତ।

ଅଦ୍ୟତନ ହୋଇଛି
Dhenkanal

Dhenkanal

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖଟଖୁରା ଗାଁ ନିକଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଅକ୍ରମଣ। ଖଣ୍ଡାରେ ହାଣିବା ସହିତ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ବାଇକରେ ଦୁଇ ଲୁଟେରା ଆସି ଲୁଟି ନେଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ଜଣକ ହେଉଛନ୍ତି ବାଇସିଙ୍ଗା ଗାଁର ଶିଶିର କୁମାର ସାହୁ।

Advertisment

ଶିଶିର ନିଜର ଟିଭିଏସ ଗାଡ଼ିରେ ଗ୍ରୋସରୀ ସାମଗ୍ରୀ ଦେଇ ଖଟଖୁରା ଗାଁରୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପ୍ରଥମେ ଗାଡ଼ିକୁ ଆଟକାଇଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହିତ ଖଣ୍ଡାରେ ତାଙ୍କ ଅଣ୍ଟାକୁ ହାଣିଥିଲେ। ଶିଶିର ତଳେ ପଡ଼ିଯିବାରୁ ତାଙ୍କ ପାଖରେ ଥିବା ୪ହଜାର ଟଙ୍କାକୁ ନେଇ ଚମ୍ପର୍ଟ ମାରିଥିଲେ ଦୁର୍ବୁତ୍ତ।

ସ୍ଥାନୀୟ ଲୋକ ଶିଶିରଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲରେ ପ୍ରାଥମିକ ଚିକିତ୍ସା ନେବାପରେ ଶିଶିର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Mao Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe