ଉଡ଼ି ଉଡ଼ି କରୁଥିଲା ଚୋରି, ୧୧୦ ଦିନରେ ୨୦୦ ବିମାନରେ କରିଥିଲା ଯାତ୍ରା

ଚୋର ଘର ସବୁବେଳେ ଅନ୍ଧାର ନଥିବା ବେଳେ ଏବେ ପୁଲିସ୍‌ ହାତରେ ନୂଆ ଷ୍ଟାଇଲରେ ଲୋକଙ୍କୁ ଲୁଟୁ ଥିବା ବ୍ୟକ୍ତି ଜଣକ ଧରାପଡ଼ିଛି।

Airport

Representational image

Hemant Lenka
  • Published: Tuesday, 14 May 2024
  • Updated: 14 May 2024, 04:58 PM IST

Sports

Latest News

ବର୍ଷକ ଭିତରେ ସେ ୨୦୦ ବିମାନରେ ଯାତ୍ରା କରିଥିଲା। ୧୧୦ ଦିନ ଭିତରେ ସେ ଦେଶର ହଜାର ହଜାର କମି ବାଟ ଅତିକ୍ରମ କରିଥିଲା। ବିମାନରେ ଉଡ଼ି ଉଡ଼ି ସେ କରୁଥିଲା ଚୋରି। ବିମାନ ଯାତ୍ରୀଙ୍କୁ ଲୁଟିବା ତା’ର ଏକମାତ୍ର ଲକ୍ଷ୍ୟ ଥିଲା। ୨୦୨୩ରେ ସେ ଏପରି ଭାବେ ଅନେକ ମୂଲ୍ୟର ସୁନା ଗହଣା ଓ ଜିନିଷପତ୍ର ଚୋରି କରିଥିଲା।

ଚୋର ଘର ସବୁବେଳେ ଅନ୍ଧାର ନଥିବା ବେଳେ ଏବେ ପୁଲିସ୍‌ ହାତରେ ନୂଆ ଷ୍ଟାଇଲରେ ଲୋକଙ୍କୁ ଲୁଟୁ ଥିବା ବ୍ୟକ୍ତି ଜଣକ ଧରାପଡ଼ିଛି। ଗତମାସରେ ହାଇଦ୍ରାବାଦରୁ ଦିଲ୍ଲୀ ଯାତ୍ରା କରିଥିବା ଜଣେ ମହିଳାଙ୍କ ହ୍ୟାଣ୍ଡବ୍ୟାଗରୁ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇ ଯାଇଥିଲା।

Also Read

ସେହିପରି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ୟାବିନ ବ୍ୟାଗରୁ ୨୦ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ବି ଚୋରି ହୋଇଥିଲା। ଅଭିଯୋଗ ପାଇବା ପରେ ଦିଲ୍ଲୀ ପୁଲିସ୍‌ ଆକ୍ସନ ମୋଡକୁ ଆସିଥିଲା। ଶେଷ ପରେ ପୁଲିସ୍‌ ଦୀର୍ଘ ଘଣ୍ଟା ଧରି ଏୟାରପୋର୍ଟର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ରାଜେଶ କପୁର ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି।

ରାଜେଶକୁ ପୁଲିସ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରୁ ଧରିଛି। ଏହାପୂର୍ବରୁ ରାଜେଶ ବିଷୟରେ ତଥ୍ୟ ହାସଲ କରିବା ପାଇଁ ପୁଲିସ୍‌ ଦିଲ୍ଲୀ, ହାଇଦ୍ରାବାଦ ଓ ଅମୃତସର ଏୟାରପୋର୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ଧରା ପଡ଼ିବା ପରେ ରାଜେଶ କେମିତି ବିମାନରେ ଉଡ଼ିଉଡ଼ି ସବୁଠାରୁ ସୁରକ୍ଷିତ ସ୍ଥାନ ଏୟାରପୋର୍ଟରେ ଲୁଟର ଯୋଜନର କରୁଥିଲା ଓ ଖସି ଯାଉଥିଲା, ସେକଥା କହିଛି।

ଡେପୁଟି କମିଶନର ଉଷା ଆର କହିଛନ୍ତି, ରାଜେଶ କନେଣ୍ଟିଂ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା। ଉଦାହରଣ ସ୍ୱରୂପ, ଏପ୍ରିଲ ମାସରେ ମହିଳା ଜଣଙ୍କ ହାଇଦ୍ରାବାଦରୁ ଦିଲ୍ଲୀକୁ ଯାତ୍ରା କରିଥିଲେ। ତାଙ୍କୁ ଦିଲ୍ଲୀରୁ ଆମେରିକା ବିମାନ ଧରିବାର ଥିଲା। ସେହିପରି ଆମେରିକାରେ ରହୁଥିବା ବରିଜିନ୍ଦରଜିତ ସିଂହ ଜର୍ମାନୀରୁ ଅମୃତସର ଯାତ୍ରା କରୁଥିଲେ। ତାଙ୍କୁ ଦିଲ୍ଲୀରୁ କନେଣ୍ଟିଂ ବିମାନ ଧରିବାର ଥିଲା।

ରାଜେଶ ବିମାନରେ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ଓ ମହିଳାଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲେ। ପ୍ରଥମେ ସେ ଏୟାରପୋର୍ଟରେ ସେମାନଙ୍କ ଆଚରଣ ଉପରେ ନଜର ରଖୁଥିଲା। ଏହାପରେ ସେ ସେମାନଙ୍କ ପାଖରେ ବୁଲାବୁଲି କରିବା ସହ ଲଗେଜ ଘୋଷଣା ସ୍ଲିପ ଦେଖି ଅଧିକ ତଥ୍ୟ ହାସଲ କରୁଥିଲା।

ସିସିଟିଭିରୁ ଜଣାପଡ଼ିଛି ଯେ ରାଜେଶ ଅଧିକାଂଶ ସହ ବୋର୍ଡିଂ ଗେଟ ପାଖରେ ବୁଲିଥାଏ। ସେଠାରେ ରହି ଲୋକଙ୍କ ତଥ୍ୟ ସଂଗ୍ରହ କରେ। ବିମାନ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କୁ ଅନୁରୋଧ କରି ସେ ନିଜର ଟାର୍ଗେଟ ପାଖରେ ସିଟ ନେଇଥାଏ। ବେଳବେଳେ ସଂଯୋଗ ବଶତଃ ତାକୁ ସିଟ ମିଳିଯାଏ। କିନ୍ତୁ ଅଧିକାଂଶ ସମୟ ସେ ନିଜର ସିଟ ବଦଳାଇ ଦେଇଥାଏ।

ଟାର୍ଗେଟ ପାଖରେ ବସିବା ବେଳେ ରାଜେଶ ପ୍ରାୟତଃ ମୁଣ୍ଡ ଉପରେ ଥିବା ବ୍ୟାଗକୁ ସଜାଡ଼ିବା ବାହାନାରେ ଉଠିଥାଏ। ସେହି ସମୟରେ ଯାତ୍ରୀଙ୍କ ବ୍ୟାଗରେ ଥିବା ମୂଲ୍ୟବାନ ଜିନିଷକୁ ଚୋରି କରି ଦେଇଥାଏ। 

ପ୍ରଥମେ ଏୟାରଲାଇନ୍ସଗୁଡ଼ିକ ଠାରୁ ଫୋନ ନମ୍ବର ପୁଲିସ୍‌ ଆଣିଥିଲା। କିନ୍ତୁ ଟିକେଟ ବୁକିଂ ବେଳେ ସେ ଭୁଲ ନମ୍ବର ଦେଇଥାଏ। ଅନ୍ୟ କାହା ନାଁରେ ବୁକ ଥିବା ନମ୍ବର ହିଁ ସେ ବ୍ୟବହାର କରୁଥିଲା।

ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଥିବା ରିକି ଡ୍ୟୁଲକ୍ସ ଗେଷ୍ଟ ହାଉସର ମାଲିକ ହେଉଛି ରାଜେଶ। ଏହା ନୂଆଦିଲ୍ଲୀ ରେଳବାଇ ଷ୍ଟେସନ ନିକଟରେ ହିଁ ରହିଛି। ସେ ଗେଷ୍ଟ ହାଉସର ତୃତୀୟ ମହଲାରେ ରୁହେ। ଅନ୍ୟ ଫ୍ଲୋର ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଥାଏ। ସେ ମନି ଏକ୍ସଚେଞ୍ଜ ବ୍ୟବସାୟ କରିବା ସହ ଦିଲ୍ଲୀରେ ଗୋଟିଏ ମୋବାଇଲ ମରାମତି ଦୋକାନ ମଧ୍ୟ ଖୋଲିଛି।

ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ ଓ ଅମୃତସର ବିମାନବନ୍ଦରରୁ ଉଡ଼ୁଥିବା ବିଭିନ୍ନ ବିମାନ ଯାତ୍ରୀଙ୍କ ଠାରୁ ସେ ଚୋରି କରିଥିଲା।

ପୁଲିସ୍‌ ରାଜେଶକୁ ଗିରଫ କରିବା ସହ ତା’ ଘରୁ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ କରିଛି। ସେହିପରି କରୋଲା ବାଗରେ ଥିବା ଗୋଟିଏ ସୁନା ଦୋକାନୀଙ୍କୁ ମଧ୍ୟ ସେ ଅନେକ ଜିନିଷ ବିକି ଦେଇଥିବା ସ୍ୱୀକାର କରିଛି।

ପ୍ରଥମେ ରାଜେଶ ଟ୍ରେନ ଯାତ୍ରୀଙ୍କୁ ଲୁଟୁଥିଲା। କିନ୍ତୁ ଧରା ପଡ଼ିବା ପରେ ସେ କିଛି ବର୍ଷ ଚୁପ ହୋଇ ଯାଇଥିଲା। ଏହାପରେ ବିମାନରେ ଉଡ଼ିଉଡ଼ି ଚୋରି କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story