Advertisment

ଚାକିରି ନାଁରେ ୧୭ ଲକ୍ଷରୁ ଅଧିକ ଟଙ୍କା ଠକିନେଲେ

ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥା ରେ ଚାକିରୀ କରାଇ ଦେବା ନାଁ ରେ ୧୭ ଲକ୍ଷ ରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା

ଅଦ୍ୟତନ ହୋଇଛି
Police

Police

Advertisment

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ। ଠକେଇ ଅଭିଯୋଗରେ ଶନିବାର (ଗତକାଲି) ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଜୀବନାନନ୍ଦ ସାମଲ ଓ ଯଶୋବନ୍ତ ସିଂ ସାମଲ ଏଦୁଇ ଜଣଙ୍କ ଘର ହେଉଛି କେଉଁଝର ଜିଲ୍ଲା ଆନନ୍ଦପୁରରେ ହୋଇଥିବା ବେଳେ ଟୁଲୁ ମଲ୍ଲିକଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାପଡ଼ିଛି।

Advertisment

ଠକେଇର ଶିକାର ହୋଇଛନ୍ତି କଟକ ଜିଲ୍ଲାର ଚିତ୍ତରଞ୍ଜନ ଅଧିକାରୀ। ଚିତ୍ତଞ୍ଜନଙ୍କ ଏକ ସିକ୍ୟୁରିଟି ଏଜେନ୍ସି ଅଛି। ସେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସିକ୍ୟୁରିଟି ଗାର୍ଡାଙ୍କୁ ନିଯୁକ୍ତି ଦେବା ପାଇଁ ଟେଣ୍ଡର ନେଇଥାନ୍ତି। ତେବେ କେନ୍ଦୁଝର ମେଡିକାଲ କଲେଜରେ ସିକ୍ୟୁରିଟି ଗାର୍ଡ ଅବଶ୍ୟକ ପାଇଁ ଟେଣ୍ଡର ହୋଇଥିଲା। ଚିତରଞ୍ଜ ସିକ୍ୟୁରିଟି ଗାର୍ଡା ନିଯୁକ୍ତି ଦେବା ପାଇଁ ଟେଣ୍ଡର ପକେଇଥିଲେ।

ଏକଥା ଅଭିଯୁକ୍ତ ଯଶୋବନ୍ତ ସିଂ ସାମଲ ଜାଣିବା ପରେ ଚିତ୍ତଞ୍ଜନଙ୍କୁ ଗୋଟିଏ ନମ୍ବରରୁ କଲ୍‌ କରିଥିଲେ। ନିଜକୁ ଧରଣୀ ଧର କଲେଜର ହେଡକ୍ଲକ ମିଶ୍ର ବାବୁର ବୋଲି ପରିଚୟ ଦେଇଥିଲେ। ଆଉ କହିଥିଲେ ମୁଁ ଆରପଣଙ୍କର ଟେଣ୍ଡର ପାସ୍‌ କରାଇ ଦେବି। ଆଉ ସେଥିପାଇଁ ଆପଣ ମୋତେ ୫୦ ହାଜର ଟଙ୍କା ଦେବାକୁ ପଡ଼ିବ। ଚିତ୍ତଞ୍ଜନ ଏକଥାରେ ରାଜି ହୋଇ ସେମାନଙ୍କୁ ଦୁଇ କିସ୍ତିରେ ୫୦ ହଜାର ଟଙ୍କା ଦେଇଥିଲେ। ପୋନ୍‌ପେରେ ୨୫ ହଜାରେ ଓ କ୍ୟାସ୍‌ ୨୫ ହଜାର ଟଙ୍କା ଦେଇଥିଲେ। ପଇସା ପାଇ ସାରିବା ପରେ ସେମାନେ ଫୋନ୍‌ ବନ୍ଦ କରିଦେଇ ଥିଲେ।

Advertisment

ଏନେଇ ଚିତ୍ତଞ୍ଜନ ଅଧିକାରି କେନ୍ଦୁଝର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କାରିଥିଲା। ତଦନ୍ତ ଆଧାରରେ ପୁଲିସ ଜାଣିବାକୁ ପାଇଥିଲାକି ଏଥିରେ ତିନି ଜଣ ଯୁବକ ସମ୍ପୃକ୍ତ ଅଛନ୍ତି। ଏହି ଅଭିଯୁକ୍ତ ମାନେ କେନ୍ଦୁଝରରେ ଘରଭଡ଼ା ନେଇ ରହୁଥିଲେ। ଆଉ ବିଭିନ୍ନ ଅଞ୍ଚଳର ବେକାର ଯୁବକ ଓ ଯୁବତୀ ମାନଙ୍କୁ ବିଭିନ୍ନ ସଂସ୍ଥା ରେ ଚାକିରି କରାଇ ଦେବା ନାଁ ରେ ୧୭ ଲକ୍ଷ ରୁ ଅଧିକ ଟଙ୍କା ଠକି ନେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।

ତଦନ୍ତ ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀରେ ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲି ଦସ୍ତାବିଜ, ଗୋଟିଏ ଲ୍ୟାପ୍‌ଟପ୍‌, ଦୁଇଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଓ ନଗଦ ୨୫ହଜାର ଟଙ୍କା ଜବତ କରିଥିବା କେନ୍ଦୁଝର ଏସପି ଦିଲ୍ଲୀପ ନାୟକ ସୂଚନା ଦେଇଛନ୍ତି।

Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe