Advertisment

ସମାନ ସମୟରେ ମାଂସ ପାଇଁ ଯାଇଥିଲେ, କିନ୍ତୁ ଦୋକାନ ପାଖରେ ଜଣେ ଆଉ ଜଣଙ୍କୁ ହତ୍ୟା କଲେ

ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।

author-image
Hemant Lenka
Encounter

Encounter

ନିୟମିତ ଭାବେ ଗୋଟିଏ ଦୋକାନରୁ ମାଂସ କିଣିବାକୁ ଆସୁଥିବା ଜଣେ ବ୍ୟକ୍ତି ଭୟଙ୍କର ହତ୍ୟାର ଶିକାର ହୋଇଛନ୍ତି। ଉତ୍ତର ପ୍ରଦେଶର ନୋଏଡାରେ ଥିବା ମାଂସ ଦୋକାନ ପାଖରେ ହିଁ ବ୍ୟକ୍ତିଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରାଯାଇଛି।

Advertisment

ନୋଏଡାରେ ରହୁଥିବା ମୀରଟର ୩୫ ବର୍ଷୀୟ ଶାହଜାଦଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଛି। ଶାହଜାଦ ଓ ଆଉ ଜଣେ ବ୍ୟକ୍ତି ଗୁରୁବାର ମଧ୍ୟାହ୍ନରେ ମାଂସ ଦୋକାନର ମାଲିକ ଗୁଲଜାରଙ୍କ ପାଖରେ ପହଞ୍ଚିଥିଲେ।

ଉଭୟ ମାଂସ ପାଇଁ ଅପେକ୍ଷା କରିଥିବା ବେଳେ ଗୋଟିଏ ଟାୱଲେକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ହାତାହାତି ଯାଏ କଥା ଯାଇଥିଲା। ଶେଷରେ ବ୍ୟକ୍ତି ଜଣକ ଶାହଜାଦଙ୍କୁ ଭୟଙ୍କର ଢଙ୍ଗରେ ହାଣି ହତ୍ୟା କରିଛି।

Advertisment

ବ୍ୟକ୍ତି ଜଣକ ଘୋଡ଼େଇ ହୋଇଥିବା ଟାୱେଲକୁ ଶାହଜାଦ ମାଗିଥିଲେ। ଏଥିଯୋଗୁ ସେ ବିରକ୍ତ ହୋଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ବ୍ୟକ୍ତି ଜଣକ ରାଗି ଯାଇଥିଲା। ସେ ସେକ୍ଟର ୧୧୭ ଠାରେ ଥିବା ମାଂସ ଦୋକାନ କାଉଣ୍ଟରେ ରଖାଯାଇଥିବା ଚାପଡ଼କୁ ଉଠାଇଥିଲା। କାଳ ବିଳମ୍ବ ନ କରି ସେ ଶାହଜାଦଙ୍କ ପେଟକୁ ଗୋଟିଏ ଚୋଟ ପକାଇଥିଲା।

ଏଥିଯୋଗୁ ଶାହଜାଦ ଭୟରେ ରକ୍ତାକ୍ତ ଅବସ୍ଥାରେ ଦୋକାନ ଠାରୁ ପ୍ରାୟ ୪୦ ମିଟର ଦୂରକୁ ଦୌଡ଼ଇଥିଲେ। ସେ ରକ୍ତାକ୍ତ ଅବସ୍ଥାରେ ସହାୟତା ମାଗିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ରାସ୍ତା କଡ଼ରେ ସେ ବସି ପଡ଼ିଥିଲେ। ଏତିକି ବେଳେ ଆକ୍ରମଣକାରୀ ଜଣକ ସେଠାରେ ପହଞ୍ଚି ପୁଣି ତାଙ୍କୁ ବାରମ୍ବାର ହାଣିବାକୁ ଲାଗିଥିଲା।

ସେ ନିସ୍ତେଜ ହେବା ଯାଏ ସେ ଆକ୍ରମଣ କରି ଚାଲିଥିଲା। ଏତେ ବଡ଼ ଘଟଣା ସତ୍ତ୍ୱେ ଆକ୍ରମଣକାରୀ ଜଣକ ବେଶ ସ୍ୱାଭାବିକ ଢଙ୍ଗରେ ଚାପଡ଼ ଧରି ମାଂସ ଦୋକାନ ପାଖକୁ ଆସିଥିଲେ। ସେଠାରେ ଚାପଡ଼କୁ ରଖିଥିଲା ଓ ନିଜର ମାଂସ ଧରି ଚୁପଚାପ ଚାଲି ଯାଇଥିଲା।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଶାହଜାଦଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ହତ୍ୟାକାରୀ ସମ୍ପର୍କରେ କୌଣସି ସୂଚନା ପାଇ ନଥିଲା। ତଥାପି ୩ଟି ଟିମ ଗଠନ କରି ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା।

ଏହାପରେ ହତ୍ୟାକାରୀ ସୂଚନା ମିଳିଥିଲା। ହତ୍ୟାକାରୀ ଜଣକ ହେଉଛି ବିହାରର ଅମରଜିତ ମାହାତୋ। ତାକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରିଥିଲେ ହେଁ ଗୁରୁବାର ସଫଳତା ମିଳି ନଥିଲା। କିନ୍ତୁ ଆଜି ଭୋରରୁ ଅମରଜିତ ସେକ୍ଟର ୧୧୭ ପାଖରେ ଥିବା ଗୋଟିଏ ଜଙ୍ଗଲରେ ଲୁଚି ଥିବା ଖବର ମିଳିଥିଲା।

ପୁଲିସ୍‌ ଟିମରେ ସେଠାରେ ପହଞ୍ଚିବା କ୍ଷଣି ଅମରଜିତ ଗୁଳି ଚଳାଇବା ଆରମ୍ଭ କରିଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ କିଛି ସମୟର ଗୁଳି ବିନିମୟ ହୋଇଥିଲା। ଶେଷରେ ପୁଲିସ ତା’ ଗୋଡ଼କୁ ଗୁଳି କରିଥିଲା।

ଏହାପରେ ତା’କୁ ସେଠାରୁ କାବୁ କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଶାହଜାଦଙ୍କ ହତ୍ୟାରେ ବ୍ୟବହୃତ ଚାପଡ଼ ସହ ଅମରଜିତ ଠାରୁ ଗୋଟିଏ ପିସ୍ତଲ ଓ କିଛି ଜୀବନ୍ତ ଗୁଳି ଜବତ କରିଛି।

ପୁଲିସ୍‌ର କହିବା କଥା ଶାହଜାଦ ହେଉଛନ୍ତି ୩ ପିଲାଙ୍କ ବାପା। ତାଙ୍କ ପତ୍ନୀ ସଲମା ରୋଷେୟା ଭାବେ କାମ କରନ୍ତି। ଡ୍ରାଇଭର ଭାବେ କାମ କରୁଥିବା ଶାହଜାଦ ନିକଟରେ ଚାକିରି ହରାଇଥିଲେ। ସେ ଚାକିରି ଖୋଜୁ ଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

Uttar Pradesh Crime Police