Advertisment

ମହିଳାଙ୍କୁ ଉଠାଇ ନେଲେ, ୫କିମି ଦୂରରେ ଫିଙ୍ଗିଦେଲେ

ରାସ୍ତାରେ ଗଲାବେଳେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ତାଙ୍କୁ ସେଠାରୁ ଜୋର ଜବରଦସ୍ତ ଟେକି ନେଇଯାଇଥିଲେ

Crime

Crime

Advertisment

ଜଣେ ମହିଳାଙ୍କୁ ରାସ୍ତାରୁ କିଛି ଯୁବକ ଟେକିନେଇଥିଲେ। ଆଉ ସେଇ ମହିଳାଙ୍କୁ ପାଞ୍ଚ କିଲୋମିଟର ଦୂର ଏକ ନିଛାଟିଆ ପଡ଼ିଆରେ ପକାଇ ଦେଇ ଚାଲି ଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ସମ୍ପର୍କୀୟ। ଏବେ ମହିଲା ଆଇସିୟୁରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାର ପାଲବଣି ଅଞ୍ଚଳ ରେ। ମଙ୍ଗବାର (ଗତକାଲି) ସନ୍ଧ୍ୟାରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା ଘରେ ପଣା ତିଆରି କରିବା ପାଇଁ ପାଲବଣୀ ଛକକୁ ଚିନି ଆଣିବା ପାଇଁ ଯାଇଥିଲେ। ହେଲେ ରାସ୍ତାରେ ଗଲାବେଳେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ତାଙ୍କୁ ସେଠାରୁ ଜୋର ଜବରଦସ୍ତ ଟେକି ନେଇଯାଇଥିଲେ। ଆଉ କିଛି ବାଟ ଗଲାପରେ ନିଛାଟିଆ ପଡ଼ିଆରେ ମହିଳାଙ୍କୁ ପକେଇ ଦେଇଥିଲେ। ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ତାଙ୍କର ଜଣେ ସମ୍ପର୍କୀୟ କାର୍ତ୍ତୀକେଶ୍ଵର ବେହେରାଙ୍କୁ ଫୋନ୍ କରି ଜଣାଇଥିଲେ।

ମହିଳାଙ୍କ ଫୋନ୍‌ ପାଇବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀଙ୍କ ସହ କାର୍ତ୍ତୀକେଶ୍ଵର ଆସିଥିଲେ। ଆଉ ବହୁ ଖୋଜା ଖୋଜି କରିବା ପରେ ବାଉରା ଗାଁର ରଜାବସା ପଡ଼ିଆରେ ପଡ଼ିଥିବା ଦେଖିବାକୁ ପାଇଥିଲେ କାର୍ତ୍ତୀକେଶ୍ଵର। ଆଉ ସେଠାରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ମେଡିକାଲରେ ଭମର୍ତ୍ତି କରିଥିଲେ। ଏବେ ମହିଳା ଜଣଙ୍କ ଆଇସିୟୁ ରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣା ପଡ଼ିଛି।

Advertisment

ବାରିପଦା ସଦର ଥାନାରେ ସମ୍ପର୍କୀୟ କାର୍ତ୍ତୀକେଶ୍ଵର ବେହେରା ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଖୋଜୁଛି।

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe