Advertisment

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୩୦ ହଜାର

୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ। ସମସ୍ତେ ହେଲମେଟ ପିନ୍ଧିଥିଲେ। ବନ୍ଧୁକ ଦେଖାଇ ସେମାନେ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି।

author-image
Biswajit Samal
Sundargarh

Sundargarh

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୩୦ ହଜାର ଟଙ୍କା। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ସାଲେପାଲି ଗାଁର ମାର୍କେଟ କଂପ୍ଲେକ୍ସରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଏହି ଲୁଟ ହୋଇଛି।

Advertisment

ସୂଚନା ଅନୁସାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସିଥିଲେ। ସମସ୍ତେ ହେଲମେଟ ପିନ୍ଧିଥିଲେ। ବନ୍ଧୁକ ଦେଖାଇ ସେମାନେ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୁଲିସ ଚଳାଇଛି ତନାଘନା। ଗତମାସ କୁତ୍ରା ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଏଭଳି ଲକ୍ଷେ ଟଙ୍କା ଲୁଟି ନେଇଥିଲେ ଡକାୟତମାନେ। କିଞ୍ଜିରିକେଲା ଥାନା ସିକା ଜୋର୍ ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ମଧ୍ୟ ୨ ଲକ୍ଷ ଟଙ୍କା ଲୁଟି ନେବା ସହିତ ମାଲିକଙ୍କୁ ଗୁଳି କରିଥିଲେ ଦୁର୍ବୃତ୍ତମାନେ।

ପୂର୍ବର ଦୁଇ ଘଟଣାରେ ଏପର୍ଯ୍ୟନ୍ତ ଲୁଟେରାମାନେ ଧରାପଡ଼ିଥିବା ବେଳେ ଧରୁଆଡିହିରୁ ମଧ୍ୟ ଲୁଟ୍ ହୋଇଛି। ଜଣାପଡୁଛି ଗ୍ରାହକ ସେବା କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ଲୁଟେରା।

Advertisment
Loot Sundargarh