Advertisment

ଇନଷ୍ଟାଗ୍ରାମରେ ପ୍ରେମକରି ଏକାଧିକ ଯୁବତୀଙ୍କୁ ଲୁଟିଥିଲେ, ଧରିଲା ରାଉରକେଲା ଜିଆରପି

ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବତୀ ମାନଙ୍କୁ ମିଛି ମିଛିକା ଭଲ ପାଇବା ପରେ କୌଶଳ କରି ସେମାନଙ୍କଠୁ ଅର୍ଥ ହଡ଼ପ କରୁଥିଲେ କଦମ

author-image
Biswajit Samal
Loot

Loot

ନିଜକୁ ଆରପିଏଫ ଅଧିକାରୀ କହି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଟଙ୍କା ହଡ଼ପ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ। ଗିରଫ ଯୁବକଙ୍କ ନାଁ କଦମ ସଦାଶିବ। ତାଙ୍କ ଘର ତେଲଙ୍ଗାନାର ବୋଲି ଗଣାପଡ଼ିଛି।

Advertisment

ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବତୀ ମାନଙ୍କୁ ମିଛି ମିଛିକା ଭଲ ପାଇବା ପରେ କୌଶଳ କରି ସେମାନଙ୍କଠୁ ଅର୍ଥ ହଡ଼ପ କରୁଥିଲେ କଦମ। ସେ ନିଜକୁ ଜଣେ ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଯୁବତୀ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ। ଗତ କିଛି ବର୍ଷ ହେବ ସେ ଏହି କାମ କରୁଥିଲେ। ଅନେକ ଯୁବତୀଙ୍କ ଠାରୁ ଏଭଳି ଢଙ୍ଗରେ ସେ ଅର୍ଥ ହଡ଼ପ କରିବା ନେଇ ଅଭିଯୋଗ ରହିଛି।

ଅଭିଯୋଗ ପାଇବା ପରେ ରାଉରକେଲା ଜିଆରପି ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଆରପିଏଫର ଅଭିଯୋଗ କ୍ରମେ ଜିଆରପି ଥାନାରେ ମାମଲା ମଧ୍ୟ ହୋଇଛି।

Advertisment
Loot