Advertisment

ସଫା କରି ଦେବେ କହି ବୃଦ୍ଧାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍‌ ଓ ମୁଦି

ବୃଦ୍ଧାଙ୍କ ଆଗରେ ହିଁ ତାଙ୍କ ଚେନ ଓ ସୁନା ମୁଦି ନେଇ ଚମ୍ପଟ ମାରିଲେ

ଅଦ୍ୟତନ ହୋଇଛି
Loot

Loot

Advertisment

ଅଭିନବ ଉପାୟରେ ବୃଦ୍ଧାଙ୍କ ଠାରୁ ଲୁଟ୍‌। ଘଟଣାଟି ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗାଁରେ। ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧା ହେଉଛନ୍ତି କାଞ୍ଚନ ମହାପାତ୍ର। ସେ ତାଙ୍କ ଘରେ ଏକା ରୁହନ୍ତି।

Advertisment

ତାଙ୍କ ଘରକୁ ଦୁଇ ଜଣ ଯୁବକ ଆସିଥିଲେ। ସେମାନେ ସରକାରଙ୍କ ତରଫରୁ ଆସିଛନ୍ତି ବୋଲି ବୃଦ୍ଧାଙ୍କୁ କହିଥିଲେ। ବିଭିନ୍ନ ଜିନିଷ ସଫା କରିବା ପାଇଁ ପାଉଡ଼ର ଆଣିଥିବା ଓ ଏହାକୁ ପୂରା ମାଗଣାରେ ଦିଆଯିବ ବୋଲି କହିଥିଲେ। ସେଥିପାଇଁ ସେମାନେ ବୃଦ୍ଧାଙ୍କ ଠାରୁ ଦସ୍ତଖତ ମଧ୍ୟ ନେଇଥିଲେ। 

ପାଉଡରର ବ୍ୟବହାର କିଭଳି କରିବାକୁ ହେବ, ତାହା କରି ଦେଖାଇବା ପାଇଁ ସେମାନେ କିଛି ବାସନ ଆଣିବା ପାଇଁ ବୃଦ୍ଧାଙ୍କୁ କହିଥିଲେ। ବୃଦ୍ଧା ଜଣଙ୍କ ସେମାନଙ୍କୁ ଏକ ପିତଳ ବାସନ ଦେଇଥିଲେ। ତାକୁ ସେମାନେ ମାଜି ସଫା କରିଥିଲେ। ତା’ପରେ ସେ ପିନ୍ଧିଥିବା ସୁନା ମୁଦି ଓ ଚେନ୍ ମାଗିଥିଲେ ସଫା କରିବାକୁ। ଚେନ ଓ ମୁଦିକୁ ପାଉଡ଼ରେ ଗୋଳାଇ ଏକ ଜାଗାରେ ରଖି ଦଶ ମିନିଟ ପରେ ତାକୁ ଖୋଲିବାକୁ କହିଥିଲେ। ତା’ପରେ ସେମାନେ ଚାଲି ଯାଇଥିଲେ। 

Advertisment

କିଛି ସମୟ ପରେ ବୃଦ୍ଧା ଜଣଙ୍କ ଉକ୍ତ ପାଉଡ଼ର ଭିତରୁ ଚେନ ଓ ମୁଦି ବାହାର କରିବାକୁ ଯାଇଥିଲେ। ହେଲେ ତା’ ଭିତରେ କିଛି ନଥିଲା। ଲୁଟେରାମାନେ ତାଙ୍କୁ ଚକମା ଦେଇ ସୁନା ଚେନ ଓ ମୁଦି ନେଇ ଫେରାର ହୋଇଯାଇଥିଲେ। ଲୁଟ୍‌ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବୃଦ୍ଧା। ତାଙ୍କ ଅଭିଯୋଗ ଓ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe