Advertisment

ପେସାରେ ଶିକ୍ଷକ, କରୁଥିଲେ ଗଞ୍ଜେଇ ବେପାର

ତୁଷୁରା ପୁଲିସ ଗାଡ଼ିରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା। ଏଥି ସହ ଉକ୍ତ ଗଞ୍ଜେଇ ଥିବା ଗାଡ଼ିକୁ ମଧ୍ୟ ହେପାଜତକୁ ନେଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଗାଡ଼ି ନମ୍ବଟି ନକଲି। ତାପରେ ପୁଲିସ ଗାଡ଼ିର ଚେଚିସ ନମ୍ବରକୁ ଯାଞ୍ଚ କରିଥିଲା। ସେଇ ସମୟରେ ପୂରା ଘଟଣା ଉପରୁ ପରଦା ହଟିଥିଲା।

ଅଦ୍ୟତନ ହୋଇଛି
Balangir

Balangir

Advertisment

ପେସାରେ ଶିକ୍ଷକ, ହେଲେ ନିଶା ଥିଲା ଗଞ୍ଜେଇ ବେପାର। ଗାଡ଼ିରେ ନକଲି ନମ୍ବର ଲଗାଇ କରୁଥିଲେ ଚାଲାଣ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା ଅଞ୍ଚଳରୁ। ୨୦୨୨ ମସିହା ଘଟଣାର ଆଜି ପୁଲିସ ପର୍ଦ୍ଦାଫାସ କରିଛି। ଏହି ଅଭିଯୋଗରେ ପୁଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି।

Advertisment

ବୌଦ୍ଧ ଜିଲ୍ଲାର ଉଦ୍ଧବ ଦୀପକ ଏକ ସ୍କୁଲର ଶିକ୍ଷକ। ସେ ଓ ତାଙ୍କ ସାଥୀ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ଏକ ଟାଟା ଟିଆଗୋରେ ଗଞ୍ଜେଇ ଭର୍ତ୍ତିକରି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳ ଦେଇ ଯାଉଥିଲା। ତେବେ କପସିଲା ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବା ଦେଖି ଚମ୍ପଟ ମାରିଥିଲେ ଦୀପକ ଓ ତାଙ୍କ ସାଥୀ। ତୁଷୁରା ପୁଲିସ ଗାଡ଼ିରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା। ଏଥି ସହ ଉକ୍ତ ଗଞ୍ଜେଇ ଥିବା ଗାଡ଼ିକୁ ମଧ୍ୟ ହେପାଜତକୁ ନେଇଥିଲା। ଯାଞ୍ଚ ବେଳେ ଜଣାପଡ଼ିଥିଲା ଗାଡ଼ି ନମ୍ବଟି ନକଲି। ତାପରେ ପୁଲିସ ଗାଡ଼ିର ଚେଚିସ ନମ୍ବରକୁ ଯାଞ୍ଚ କରିଥିଲା। ସେଇ ସମୟରେ ପୂରା ଘଟଣା ଉପରୁ ପରଦା ହଟିଥିଲା।

ଜବତ ହୋଇଥିବା ଗାଡ଼ିଟି ଦୀପକଙ୍କର ବୋଲି ସ୍ପଷ୍ଟ ହୋଥିଲା। ଏହା ପରେ ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ଦୀପକ ପୁଲିସକୁ ଚକମା ଦେଇ ଘୂରିବୁଲୁଥିଲେ। ଧରା ନପଡ଼ିବା ପାଇଁ ଦୀପକ କୁଆଡ଼େ ଦୁଇ ମାସ ଖଣ୍ଡେ ସ୍କୁଲ ଯାଇନଥିଲେ। ମାମଲାର ଶିଥିଳତା ଦେଖିବା ପରେ ଦୀପକ ନିୟମିତ ସ୍କୁଲ ଯାଉଥିଲେ। ସେ ଭାବି ଥିଲେ ପୁଲିସ ପ୍ରାୟ ସବୁ ଭୁଲିଯାଇଛି। ହେଲେ ପୁଲିସ ରେକର୍ଡ଼ରୁ ଦୀପକର ନାଁ ଯାଇନଥିଲା।

Advertisment

ଆଜି ତୁଷୁରା ପୁଲିସ ବୌଦ୍ଧ ପୁଲିସ ସହାୟତାରେ ସ୍କୁଲରେ ପହଞ୍ଚିଥିଲା। ଆଉ ଅଭିଯୁକ୍ତ ଶିକ୍ଷକ ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସାଥୀ ଏବେ ମଧ୍ୟ ଫେରାର ରହିଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ରିପୋର୍ଟ- ଟିଟିଲାଗଡ଼ରୁ ଅବିନାଶ ନନ୍ଦ

Balangir Mission Ganga Titilagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe