Advertisment

ଟ୍ରାଭେଲ ଏଜେନ୍ସି ନାଁରେ ଗଞ୍ଜେଇ ଚାଲାଣ କରୁଥିଲେ

ଏଜେନ୍ସି ସାହାଯ୍ୟରେ ଦାମି ଗାଡ଼ିକୁ ବ୍ୟବହାର କରି ଗଞ୍ଜେଇ ଚାଲାଣ କରୁଥିଲେ

Ganja seized,

Ganja seized,

Advertisment

STF ହାତରେ ଗଞ୍ଜେଇ ଚାଲାଣକାରୀ। ଟ୍ରାଭେଲ ଏଜେନ୍ସି କରି ଦାମି ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୌମ୍ୟ ରଞ୍ଜନ ଦିଗଲ। ତାଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡ଼ିଛି।

Advertisment

୧୧ ତାରିଖରେ କମିସନ୍‌ରେଟ୍‌ ପୁଲିକୁ କୌଣସି ସୁତ୍ରରୁ ଖବର ମିଳିଥିଲା ଫୁଲବାଣୀରୁ ଗଞ୍ଜେଇ ଆସି ଭୁବନେଶ୍ୱରରେ ବିକ୍ରି ହେଉଛି। ଏନେଇ ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କାରିଥିଲା। ତଦନ୍ତ ବେଳେ ଗୋଟିଏ କାରକୁ ସନ୍ଦେହରେ ଅଟକାଇଥିଲା ପୁଲିସ। ଜାଞ୍ଚ ବେଳେ କାରରୁ ୫୨ କେଜିର ଗଞ୍ଜେଇ ସହ ଜଣକୁ ଗିରଫ କରିଥିଲା ପୁଲିସ। ଗିରଫ ଜଣଙ୍କ ହେଉଛନ୍ତି ବିକାଶ ଦିଗଲ।

‍ବିକାଶକୁ ଗିରଫ କରି ପଚରା ଉଚରା କରିବା ଥିଲା ପୁଲିସ। ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଇଏ ଦୁଇ ଭାଇ ଗଞ୍ଜେଇ ଚାଲାଣ କରୁଛନ୍ତି। ବିକାଶ ଦଗାଲ ଓ ତାଙ୍କର ସାନ ଭାଇ ସୌମ୍ୟ ରଞ୍ଜନ ଦିଗଲ। ଏ ଦୁଇ ଭାଇ ଭୁବନେଶ୍ୱର ମୈତ୍ରୀ ବିହାର ଶ୍ରମିକ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ। ଦୁଇ ଭାଇଙ୍କର ଟ୍ରାଭେଲ ଏଜେନ୍ସି ଅଛି। ସେଇ ଏଜେନ୍ସି ସାହାଯ୍ୟରେ ଦାମି ଗାଡ଼ିକୁ ବ୍ୟବହାର କରି ଗଞ୍ଜେଇ ଚାଲାଣ କରୁଥିଲେ।

Advertisment

ମାସକୁ ଥରେ ଫୁଲବାଣି ଯାଇ ଗଞ୍ଜେଇ ଆଣୁଥିଲେ। କିଭଳି ପୁଲିସ ସନ୍ଦେହ ନକରିବ ସେଥିପାଇଁ ସେଇ ଗାଡ଼ିରେ କିଛି ମହିଳା ଓ ଛୋଟ ଛୁଆଙ୍କୁ ବସାଇ ଭୁବନେଶ୍ୱରକୁ ଆଣୁଥିଲେ। ତେବେ ଏସମସ୍ଥ ତଥ୍ୟ ପାଇସାରିବା ପରେ ପୁଲିସ ବିକାଶର ସାନ ଭାଇ ସୌମ୍ୟଙ୍କୁ ଖୋଜୁଥିଲା। ହେଲେ ସୌମ୍ୟ ଫେରାର ଥିଲେ। ରବିବାର (ଗତକାଲି) ଟିକାପାଲି ପୁଲିସ ସାହାଯ୍ୟରେ ତାଙ୍କୁ ଗିରଫ କରିଥିଲା ପୁଲିସ। ଗରିଫ ପରେ ସୌମ୍ୟକୁ କୋର୍ଟ ଚାଲାଣ କରାଯାଇଛି।

Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe