/odisha-reporter/media/post_attachments/uploadimage/library/16_9/16_9_0/Accused_1721224473.jpg)
Accused
ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଦୁଇଜଣଙ୍କୁ କାବୁ କରି ପୁଲିସକୁ ଜିମା ଦେଲେ ଗାଁ ଲୋକେ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗରରେ।
Advertisment
ଗତକାଲି ବିଳମ୍ବିତ ରାତ୍ରିରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଗୋଟିଏ କାରରେ ଧାମନଗର ଛକକୁ ଆସିଥିଲେ। ସେଠାରେ ଥିବା ୩୩ କେଭି ବିଦ୍ୟୁତ ତାରକୁ ଚୋରି କରୁଥିଲେ। ଜଣେ ଦୋକାନୀ ଏହା ଦେଖି ନେଇଥିଲେ। ସେ ଗାଁ ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚି ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଗାଁ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ୬ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣ ଧରାପଡ଼ିଥିଲେ। ସେମାନଙ୍କୁ ଧରି ଧାମନଗର ପୁଲିସକୁ ଖବର ଦେଇଥିଲେ ଲୋକ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
