Advertisment

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ଠିକାଦାରଙ୍କ ଠାରୁ ନେଇଥିଲେ ୪୦ ହଜାର ଟଙ୍କା ଲାଞ୍ଚ

ଲାଞ୍ଚ ମାଗି ଫସିଗଲେ ପ୍ରଧାନ ଶିକ୍ଷକ।

author-image
Jitendra Garnayak
Head Master

Head Master

ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି। 

Advertisment

ଏହି ସ୍କୁଲ୍‌ ୫ଟି ଅଧୀନରେ ଥିବା ବେଳେ ଏବେ ଏଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଜୟସେନ ସାହୁ ନାମକ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ପାଇଥିବା ବେଳେ କିଛି ବିଲ୍ ପାସ୍ କରି ଦେବା ପାଇଁ ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡି ତାଙ୍କୁ ଲାଞ୍ଚ ମାଗିଥିଲେ। ଏହା ପରେ ଜୟସେନ ସାହୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ଠିକାଦାର ଜୟସେନ ସାହୁ ସ୍କୁଲରେ ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡିଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରା ଯାଇଥିଲା। ଏହା ପରେ ମକରାଗୁଡ଼ା ସ୍ଥିତ ତାଙ୍କ ବାସଭବନକୁ ଯାଇ ଖାନତଲାସି କରିଥିଲେ ଭିଜିଲାନ୍ସ ଅଧିକାରୀ। 

Advertisment

ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡାଙ୍କ ରିପୋର୍ଟ 

Vigilance Raid Bribe Odisha Vigilance Vigilance Net