Advertisment

ଦୁର୍ନୀତିରେ ମାତିଥିଲେ ପ୍ରଧାନଶିକ୍ଷକ, ନିଲମ୍ବିତ ହେଲେ

ପିଲାଙ୍କୁ ନୈତିକତା ଶିଖାଇବା ବଦଳରେ ନିଜେ ନୈତିକତା ଭୁଲିଗଲେ । ସବୁବେଳେ ଅନ୍ୟ ଅର୍ଥ ହଡ଼ପ କରିବାକୁ ଲାଗିଲେ। ଆଉ ଶେଷରେ ନିଲମ୍ବିତ ହେଲେ।

author-image
Niharika Rout
ଅଦ୍ୟତନ ହୋଇଛି
suspend

suspend

ପାଠ ପଢ଼ାଇବା ବଦଳରେ ଦୁର୍ନୀତିରେ ମାତିଥିଲେ ପ୍ରଧାନଶିକ୍ଷକ । ପିଲାଙ୍କୁ ନୈତିକତା ଶିଖାଇବା ବଦଳରେ ନିଜେ ନୈତିକତା ଭୁଲିଗଲେ । ସବୁବେଳେ ଅନ୍ୟ ଅର୍ଥ ହଡ଼ପ କରିବାକୁ ଲାଗିଲେ। ଆଉ ଶେଷରେ ନିଲମ୍ବିତ ହେଲେ। ଏପରି ଜଣେ ପ୍ରଧାନଶିକ୍ଷକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ସାନନଈ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନାରାମ ମାରାଣ୍ଡି ।

Advertisment

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ସାନନଈ ଉଚ୍ଚ ବିଦ୍ୟାଳୟରେ ସଫେଇ କାମଠୁ ରାତ୍ର ଜଗୁଆଳି କାମ କରୁଥିଲେ । ଏଥିନିମନ୍ତେ ସେମାନେ ସରକାରଙ୍କଠୁ ମାସିକ ପ୍ରାପ୍ୟ ପାଉଥିଲେ। ମାତ୍ର ଅଭିଯୁକ୍ତ ପ୍ରଧାନଶିକ୍ଷକ ଡରାଇ, ଧମକାଇ ସେମାନଙ୍କ ମାସିକ ଦରମା ନିଜେ ଚଳୁ କରି ନେଉଥିଲେ।

କେବଳ ସେତିକି ନୁହେଁ, ସେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା, ସ୍କୁଲ ୟୁନିଫର୍ମ ଟଙ୍କା, ଷ୍ଟାଇପେଣ୍ଡ୍ ଟଙ୍କା, ସାଇକେଲ ଅନୁଦାନ ଟଙ୍କା ମଧ୍ୟ ହଡ଼ପ କରିନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୁନାରାମ ମାରାଣ୍ଡିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

Advertisment

ସୂଚନା ଥାଉ କି, ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ନିଜର ପ୍ରାପ୍ୟ ପାଇବା ପାଇଁ ସ୍କୁଲ ଗେଟରେ ତାଲା ପକାଇ ଗତ ଦୁଇ ଦିନ ହେବ ଆନ୍ଦୋଳନ କରୁଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଆଜି ସୁନାରାମଙ୍କୁ ନିଲମ୍ବନ କରାଯିବା ସହ  ସହିତ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଛି।

Odisha Teacher Mayurbhanj Suspend;