Advertisment

ଛାତ୍ରୀଙ୍କ ଆନ୍ଦୋଳନ ସଫଳ ହେଲା, ବ୍ୟାଡ୍‌-ଟଚ୍‌ କରି ପ୍ରଧାନଶିକ୍ଷକ ନିଲମ୍ବିତ

ପ୍ରଧାନଶିକ୍ଷକ କରୁଥିଲେ ବ୍ୟାଡ୍‌- ଟଚ୍‌ । ପାଠ ପଢ଼ାଇବା ବାହାନାରେ କରୁଥିଲେ ଅସଦାଚରଣ। ଅଶ୍ଳୀଳ ଇଙ୍ଗିତ କରିବା ସହ ଖରାପ ଭାଷା ପ୍ରୟୋଗ କରିବାକୁ ପଛାଉ ନ ଥିଲେ

ଅଦ୍ୟତନ ହୋଇଛି
strike

strike

Advertisment

ପ୍ରଧାନଶିକ୍ଷକ କରୁଥିଲେ ବ୍ୟାଡ୍‌-ଟଚ୍‌ । ପାଠ ପଢ଼ାଇବା ବାହାନାରେ କରୁଥିଲେ ଅସଦାଚରଣ। ଅଶ୍ଳୀଳ ଇଙ୍ଗିତ କରିବା ସହ ଖରାପ ଭାଷା ପ୍ରୟୋଗ କରିବାକୁ ପଛାଉ ନ ଥିଲେ। ପ୍ରାୟ ଦୁଇ ବର୍ଷ ହେଲା ଏପରି ନିର୍ଯାତିତ ହେବା ପରେ ଆଜି ରାସ୍ତାକୁ ଓହ୍ଲାଇଥିଲେ କୁନି କୁନି ଛାତ୍ରୀମାନେ। ପ୍ରବଳ ବର୍ଷକୁ ଖାତିର ନ କରି ସେମାନେ ଦୀର୍ଘ ସମୟ ରାସ୍ତାରୋକ କରିଥିଲେ। ଶେଷରେ ପିଲାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ ଓ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

Advertisment

ଏପରି ଏକ ଲଜ୍ଜାଜନକ ଘଟଣା ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟିଛି । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀମାନେ ଶେଷରେ ପ୍ରତିବାଦର ରାସ୍ତା ଆପଣେଇ ପ୍ରଧାନଶିକ୍ଷକଙ୍କୁ ସ୍କୁଲରୁ ହଟାଇବାରେ ସଫଳ ହୋଇଛନ୍ତି।

ବାଲିଶଙ୍କରା ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ବର୍ଷ ପୂର୍ବେ ଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଥିଲା। ଏହି ଅଭିଯୋଗରେ ତାଙ୍କ ବଦଳି ହେବା ପରେ ଉକ୍ତ ସ୍ଥାନକୁ ଆସିଥିଲେ ପ୍ରମୋଦ କୁମାର ନାଏକ । ପ୍ରମୋଦ କୁମାର ନାୟକ ବି ଛାତ୍ରୀମାନଙ୍କ ପ୍ରତି ସମାନ ବ୍ୟବହାର ପ୍ରଦର୍ଶନ କରୁଥିଲେ।

Advertisment

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ବହୁ ଦିନ ହେଲା ସେମାନଙ୍କୁ ବ୍ୟାଡ- ଟଚ୍‌ କରୁଥିଲେ। ସେମାନଙ୍କ ପୋଷାକକୁ ଆକ୍ଷେପ କରି ମନ୍ତବ୍ୟ ଦେବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏପରିକି ସେମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲେ।

ପୂର୍ବରୁ ଏନେଇ ସେମାନେ ସ୍କୁଲର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ତଥା ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏଥିରେ ଅତିଷ୍ଠ ହୋଇ ଛାତ୍ରୀମାନେ ଆଜି ପ୍ରବଳ ବର୍ଷାରେ ବି ସ୍କୁଲରୁ ବାହାରି ରାସ୍ତାକୁ ଆସିଥିଲେ। ଏନେଇ ସେମାନେ ତଲସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହାପରେ ସେମାନେ ପ୍ରାୟ ଦୁଇ କିମି ଚାଲି ଆସି ବାଲିଶଙ୍କରା– ଛତିଶଗଡ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ପୁଲିସ୍‌ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ। ମାତ୍ର କୌଣସି ଫଳ ମିଳି ନ ଥିଲା।

ଜିଲ୍ଲାପାଳ ଘଟଣାସ୍ଥଳକୁ ଆସିବା ଜିଦ୍‌ରେ ଛାତ୍ରୀମାନେ ଅଡ଼ି ବସିଥିବା ବେଳେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି। ଦୀର୍ଘ ସମୟ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Sundargarh Strike Sexual Torture
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe